ଅରୁଣାଚଳରେ ୬ଟି କରିଡର୍ ନିର୍ମାଣ ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଚୀନ୍ ସୀମାନ୍ତ ନିକଟ ଅରୁଣାଚଳ ପ୍ରଦେଶରେ ସଡ଼କ ପଥ ସଂଯୋଗ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଏନ୍ଏଚ୍-୧୫- ‘ଟ୍ରାନ୍ସ୍ ଅରୁଣାଚଳ ହାଇୱେଜ୍’ (ଏନ୍ଏଚ୍୧୩/ଏନ୍ଏଚ୍୨୧୫) ଏବଂ ସୀମାନ୍ତ ରାଜପଥ ବିକାଶକୁ ଅନୁମୋଦନ କରିଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟଦ୍ବାରା ଅନୁମୋଦିତ ଉକ୍ତ ପ୍ରକଳ୍ପ ସମୁଦାୟ ୨,୧୭୮ କିଲୋମିଟର୍ ଦୀର୍ଘ ୬ଟି କରିଡର୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସଡ଼କ ପଥ ସଂଯୋଗ ଉନ୍ନତ କରିବା । ସଡ଼କ ପଥ ସଂଯୋଗ ଉନ୍ନତ ହେଲେ ସୀମାନ୍ତ ଅଞ୍ଚଳକୁ ଜନସାଧାରଣ ଏବଂ ସଶସ୍ତ୍ରବାହିନୀର କଳକବ୍ଜା ପରିବହନ ନିମନ୍ତେ ଖୁବ୍ ସହାୟକ ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍