ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କରିବେ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିବେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହେବେ । ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ଟେମ୍ପଲ ରୋଡରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିବେ । ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନର ବିକାଶ ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ୨୬ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ମଞ୍ଚେଶ୍ୱର ଷ୍ଟେସନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସମେତ ଉତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍