: ଗତ ମେ ମାସରେ ଭାରତ ସରକାର ଗହମ ରପ୍ତାନି ଉପରେ କଟକଣା ଜାରି କରିବା ପରେ ବି ଭାରତ ସରକାର କେତେକ ଦେଶକୁ ଗହମ ରପ୍ତାନି ଜାରି ରଖିଛନ୍ତି । ନିଷେଧାଜ୍ଞା ପରେ ଏପର୍ୟ୍ୟନ୍ତ ଭାରତ ପ୍ରାୟ ୧.୮ ନିୟୁତ ଟନ ଗହମ ରପ୍ତାନି କରିଛନ୍ତି । ବାଂଲାଦେଶ, ଆଫଗାନିସ୍ତାନ ସମେତ ପ୍ରାୟ ଏକ ଡଜନ ଦେଶଙ୍କୁ ଏହି ଗହମ ରପ୍ତାନି କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି । ମାନବୀୟ ସହାୟତା ବାବଦରେ ଆଫଗାନିସ୍ତାନକୁ ଭାରତ ୩୩ ହଜାର ଟନ ଗହମ ରପ୍ତାନି କରିଛି ।ଏହାଛଡ଼ା ଅନ୍ୟ ପଡ଼ୋଶୀ ଦେଶ ଓ କେତେକ ଗରିବ ଦେଶଙ୍କୁ ମଧ୍ୟ ଭାରତ ଗହମ ଯୋଗାଇଛି ବୋଲି ସେ କହିଛନ୍ତି ।
ଭାରତ ସରକାର ଗତ ମେ ୧୩ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରକୁ ଗହମର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ବିଶ୍ବରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏ ପରିପ୍ରେକ୍ଷୀରେ ଭାରତର ରପ୍ତାନି କଟକଣାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।https://thetopmost.in/a-warm-and-positive-meeting-can-change-your-health/
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ