ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ହେବ ଯାଞ୍ଚ । ଫୁଡ ସେଫଟି ଏବଂ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏହି ଅଭିଯାନ ଆରମ୍ଭ ହେବ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଅପମିଶ୍ରଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ସାରା ବିଶ୍ବରେ ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ହେବ । ଖୁଆ, ଛେନା, ପନୀର, ଘିଅ ଭଳି ସାମଗ୍ରୀର ପରୀକ୍ଷା ହେବ । ଦେଶରେ କ୍ଷୀରର ଚାହିଦା ବଢୁଥିବାରୁ ଏଥିରେ ଅପମିଶ୍ରଣ କରାଯାଇ ଚାହିଦା ମେଣ୍ଟାଇବାକୁ ଚେଷ୍ଟା କରାଯାଉଛି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା