ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ । ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ କ୍ରାପ୍ଟ । ଆଦିତ୍ୟ ଏଲ ୱାନ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ଏବଂ ଏହା ଗୁରତ୍ୱପୂର୍ଣ୍ଣ ସମୟ ବୋଲି ସୋସିଆଲ ମିଡିଆ ଏକ୍ସ ଆକାଉଁଟରେ ସୂଚନା ଦେଇଛି ଇସ୍ରୋ । ଲାଗରେଞ୍ଜ ପଏଂଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୟ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାର ଗତିବିଧି ଉପରେ ନଜର ରହିଥିବା କହିଛି ଇସ୍ରୋ । ଆଦିତ୍ୟ ଏଲ ୱାନ ନିର୍ଦ୍ଧାରିତ ପକ୍ଷପଥରେ ସ୍ଥାପନ ହେବାକୁ ଏହାର ନାଭିଗେସନ ଏବଂ କଂଟ୍ରେଲେ ୟୂନିଟ ସଠିକ ଭାବେ କାମ କରିବାକୁ ପଡିବ । ସେପ୍ଟେମ୍ବର ୨, ୨୦୨୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଦିତ୍ୟ ଏଲ ୱାନକୁ ଉତକ୍ଷେପଣ କରାଯାଇଥିଲା । ବର୍ତମାନ ସୁଦ୍ଧା ଏହା ପାଖାପାଖି ୧୫ଲକ୍ଷ କିଲୋମିଟର ଅତିକ୍ରମ କରିସାରିଥିବା ବେଳେ ମିଶନ ସଫଳ ହେବା ନେଇ ଆଶା ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ