ସମ୍ପ୍ରସାରଣ ସହ ଦୁଇ ଲେନ୍ ବିଶିଷ୍ଟ ହେବ ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ-୫୩ । ଏଥିପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ । ଟ୍ୱିଟ୍ ଯୋଗେ ଏନେଇ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟାତ ସୁରକ୍ଷିତ ହେବ । ଏହାବ୍ୟତୀତ ଏହି ରାଜପଥ ଭାରିଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା