ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ଶନିବାର ସନ୍ଧ୍ୟାରେ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି । ଅନିର୍ବାଯ୍ୟ କାରଣ ବା ଏଡାଇ ହେଉନଥିବା ପରିସ୍ଥିତି ପାଇଁ ଅନ୍ୟ ଆଦେଶ ଯାଏ ଶିମିଳିପାଳ ଅଭ୍ୟୟାରଣ୍ୟର ଦୁଇ ପ୍ରବେଶ ଫାଟକ ବାରିପଦା ନିକଟ ପୀଠାବଟା ଓ ଯଶିପୁର ନିକଟ କାଳିଆଣୀକୁ ବନ୍ଦ କରାଯାଇଛି । ସେ ଅନୁସାରେ ପର୍ଯ୍ୟଟକ ନିଜର ଗସ୍ତ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି । ଅଧିକ ତଥ୍ୟ ପାଇଁ ପର୍ଯ୍ୟଟକ ଅଫିସିଆଲ ଓ୍ବେବସାଇଟ ବା ଇକୋଟୁର ସାଇଟରେ ପ୍ରଦତ୍ତ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବିବୃତ୍ତି କୁହାଯାଇଛି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍