ଅନନ୍ତନାଗ ଅଣ୍ଡୱାନ ସାଗରମରେ ଆତଙ୍କୀ-ସୁରକ୍ଷାକର୍ମୀ ଗୁଳିବିନିମୟ । ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି । ଟ୍ୱିଟରେ ସୂଚନା ଦିଆଯାଇଛି ଯେ, ଅଣ୍ଡୱାନ ସାଗରମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ସୁରକ୍ଷାକର୍ମୀ ୨-୩ ଆତଙ୍କବାଦୀଙ୍କୁ ଘେରିନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ଅଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇ ଅପରେସନ ଜୋରଦାର କରାଯାଇଛି । ତେବେ ଏହା ପୂର୍ବରୁ ରାଜୌରୀରେ ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୫ ଯବାନ ଶହୀଦ ହୋଇଯାଇଥିଲେ । ଏହାପରଠୁ ସେନା ପକ୍ଷରୁ ଆତଙ୍କୀ ନିପାତ ଅଭିଯାନ ଜୋରଦାର କରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ