ଗ୍ରୀଷ୍ମ କାଳରେ ଆମ୍ବ ଖାଇବାର ମଜା ହିଁ କିଛି ଅଲଗା। ଆମ୍ବ ଜୁସ୍ରୁ ନେଇ ପାଚିଲା ଆମ୍ଭ ପର୍ଯ୍ୟନ୍ତ ସବୁର ସ୍ବାଦ ନିଆରା। ଏଥିରେ ଏ, ବି, ସି, ଇ, କେ ପରି ଭିଟାମିନ୍ ସବୁ ରହିଛି। କେବଳ ସେତିକି ନୁହେଁ, ଏଥିିରେ କପର୍, ପଟ୍ଟାସିୟମ୍ ଏବଂ ମ୍ୟାଗ୍ନେସିୟମ ଆଦି ମିନେରାଲ୍ସ ରହିଛି। ମାତ୍ର ସବୁ ଜିନିଷ ପରି ଆମ୍ବ ଖାଇବାରେ ବି କିଛି ସୀମା ରହିବା ଦରକାର। ମାତ୍ରାଧିକ ଆମ୍ବ ଖାଇଲେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିପାରେ। ତେବେ ଚାଲନ୍ତୁ ଜାଣିବା ମାତ୍ରାଧିକ ଆମ୍ଭ ଖାଇଲେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।
କିଛି ଲୋକଙ୍କର ଆମ୍ବକୁ ନେଇ ଏଲାର୍ଜି ରହିଥାଏ। ଯାହାର ଆମ୍ଭରେ ଏଲାର୍ଜି ରହିଥାଏ ସେମାନେ ଆମ୍ବ ଖାଇବା ଦ୍ବାରା ତ୍ବଚା କୁଣ୍ଡାଇ ହେବାକୁ ନେଇ ତଣ୍ଟି କୁଣ୍ଡାଇ ଦେବା ଆଦି ଘଟିଥାଏ। ସେମାନେ ସୀମାରେ ଆମ୍ବ ଖାଇବା ଭଲ।
ମଧୁମେହ ରୋଗୀଙ୍କ ପାଇଁ ଆମ୍ବ କ୍ଷତିକାରଣ ସାବ୍ୟସ୍ତ ହୋଇପାରେ। ଅାମ୍ଭ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଥାଏ। ମଧୁମେହ ରୋଗୀମାନେ ସୀମାରେ ଆମ୍ବ ଖାଇବା ଉଚିତ।
ଅତ୍ୟଧିକ ଆମ୍ବ ଖାଇଲେ ଡାଇରିଆ ବି ହୋଇପାରେ। ଦିନକୁ ଗୋଟାଏ କିମ୍ବା ୨ଟା ପର୍ଯ୍ୟନ୍ତ ଆମ୍ବ ଖାଇଲେ ଠିକ୍ ଅଛି। ତାଠାରୁ ଅଧିକ ଆମ୍ବ ଖାଇଲେ ଡାଇରିଆ ହେବାର ସମ୍ଭାବନା ରହିଛି।
ଅଦ୍ୟଧିକ ଆମ୍ବ ଖାଇବା ଓଜନ ବୃଦ୍ଧିର ବି କାରଣ ହୋଇଥାଏ। ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଦିନକୁ ଅତି ବେଶିରେ ଗୋଟାଏ ଆମ୍ବ ଖାଆନ୍ତୁ।
More Stories
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍