ସାମାଜିକ କଲ୍ୟାଣ ଯୋଜନାରେ ସାମିଲ ହେବେ ଡ୍ରାଇଭର । ଅଣସଙ୍ଗଠିତ ଡ୍ରାଇଭରଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା । ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଓ୍ୱାର୍କର୍ସ ରୁଲରେ ହେବ ସଂଶୋଧନ । ସମନ୍ୱିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପରିବହନ ଓ ଆଇନ ବିଭାଗ ଆର୍ଥିକ ଓ ପ୍ରଶାସନିକ ଦିଗ ଉପରେ ଧ୍ୟାନ ଦେବ । ପରିବହନ କମିଶନର ଯୋଜନାର ଚିଠା ପ୍ରସ୍ତୁତ କରିବେ । ସପ୍ତାହକ ମଧ୍ୟରେ ରୁଲରେ ସଂଶୋଧନ କରାଯିବ । ଆଜିର ବୈଠକରେ ପରିବହନ, ଅର୍ଥ ସଚିବଙ୍କ ସହ ପରିବହନ କମିଶନର, ଶ୍ରମ ଓ ଇଏସଆଇ ସଚିବ, ଶ୍ରମ କମିଶନର ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା