ଜଣେ ମହିଳା ବିମାନ କର୍ମଚାରୀ ବିମାନ ପ୍ରେମର ବିରଳ ଉଦାହରଣ ଦେଇଛନ୍ତି । ବିମାନ ପାଇଁ ଥିବା ଦୁର୍ବଳତାକୁ ସେ ପ୍ରେମରେ ପରିଣତ କରିଛନ୍ତି । ଏକ ଖେଳନା ବିମାନକୁ ସେ ଭଲପାଉଥିବା ଘୋଷଣା କରିଛନ୍ତି । ଯୁବତୀ ଜଣଙ୍କ ଏହି ଖେଳନା ସହିତ ଅନେକ ସମୟ ବିତାଉଥିବା ବେଳେ ଏହାକୁ ପ୍ରତିଦିନ ଗୁଡ୍ମର୍ଣ୍ଣିଂ ଓ ଗୁଡ୍ନାଇଟ୍ ମଧ୍ୟ କହିଥାଆନ୍ତି । ହଙ୍ଗେରୀର ଏହି ୨୮ ବର୍ଷୀୟ ଯୁବତୀ ଜଣଙ୍କ ଜାନୁଆରୀ ମାସରୁ ଏହି ଖେଳନା ବିମାନ ପ୍ରେମରେ ପଡିଥିବା ପ୍ରକାଶ କରିଛନ୍ତି । ଏହି ବିମାନଟିକୁ ସେ ଅନ୍ଲାଇନ୍ରେ ୬୦୦ ପାଉଣ୍ଡ ଦେଇ କିଣିଥିଲେ । ତେବେ ନିଜ ପ୍ରେମ ପଛର କାରଣ ସେ ଜାଣି ନାହାନ୍ତି ବୋଲି ମତ ଦେଇଛନ୍ତି । ବିମାନକୁ ସେ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ମାତ୍ର ୩ବର୍ଷରୁ ତାଙ୍କର ବିମାନ ପ୍ରତି ଭଲପାଇବା ସୃଷ୍ଟି ହୋଇଥିଲା । ଏହି ଭଲପାଇବା ପାଇଁ ସେ ବିମାନ ଶିଳ୍ପରେ କାମ କରିଥିଲେ । ତେବେ ଗଲା ବର୍ଷ ସେ ତାଙ୍କର ଚାକିରି ହରାଇଥିଲେ, ଯାହା ପରେ ତାଙ୍କର ଏହି ଖେଳନା ବିମାନ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସେ ବିମାନଟିକୁ ସବୁଠାରୁ ଭଲ ଜୀବନ ସାଥୀ ବୋଲି ବର୍ଣ୍ଣନା କରିଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ