() ଚାରିଆଡେ ଅଗ୍ନିପଥର ନିଆଁ ଜଳୁଥିବାବେଳେ ଏନେଇ ଯୁବକଙ୍କ ଆତ୍ମହତ୍ୟା । ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ଭାଙ୍ଗିଯିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଦୟାନିଧିପୁର ଗାଁରେ । ସୂଚନା ଅନୁସାରେ ଉକ୍ତ ଗାଁର ରଜନୀ ମହାନ୍ତିଙ୍କ ପୁଅ ଧନଞ୍ଜୟ ଦେଢ଼ବର୍ଷ ତଳେ ସେନାରେ ଭର୍ତ୍ତି ହେବାପାଇଁ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ସେ ନିଯୁକ୍ତି ପାଇଁ ଅପେକ୍ଷା କରି ଥିବାବେଳେ କେନ୍ଦ୍ରର ଅଗ୍ନିପଥ ଯୋଜନା ଯୋଗୁଁ ଧନଞ୍ଜୟଙ୍କର ସେନାରେ ଭର୍ତ୍ତି ହେବା ଆଶା ମଉଳି ଯାଇଥିଲା । ଯାହାଫଳରେ ସେ ହତାଶ ହୋଇ ନିଜ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ପୁଅର ମୃତ୍ୟୁପରେ କିଡନୀ ଓ ଆଖିଦାନ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା