ଯୁବକ ଜଣକ ଉଲଗ୍ନ ହୋଇ ଗ୍ରାମର ଝିଅ ବୋହୁ ମହିଳାମାନଙ୍କୁ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରୁଥିବାର ଭିଡ଼ିଓ ସିସି ଟିଭିରେ ହେଲା ଉତ୍ତୋଳନ । ଭୋର ସମୟରେ ଜଣେ ମହିଳା ଝାଡୁକରୁଥିବା ସମୟରେ ଯୁବକ ଜଣକ ଉଲଗ୍ନ ହୋଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାର ଭିଡିଓ ସିସି ଟିଭିରେ ଉତ୍ତୋଳନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବୋଦାମୁଣ୍ଡାଇ ବାରିଗୋଳ ଠାରେ ।
ଯୁବକ ଜଣକ ଉଲଗ୍ନ ହୋଇ ଆତଙ୍କ ଖେଳାଉଛି। ଯୁବକ ଜଣକ ଜଣେ ଅଜଣା ବ୍ୟକ୍ତି ହୋଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯୁବକ ଜଣକ ଉଲଗ୍ନ ହୋଇ ସନ୍ଧ୍ୟା ସମୟରେ ମଧ୍ୟ ଝିଅ ବୋହୁ ଓ ମହିଳାମାନଙ୍କୁ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମକରି ଘଟଣା ସ୍ଥଳରୁ ଫେରାର ମାରୁଥିବା ଅଭିଯୋଗ ହୋଇଛି । ସିସି ଟିଭିରେ ଯୁବକର ଏହି ଉଲଗ୍ନ ଭିଡିଓ ଉତ୍ତୋଳନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଏହାକୁ ଦେଖି ଭୟଭୀତ ଅଛନ୍ତି ଅଂଚଳର ଝିଅ-ବୋହୁ ଓ ମହିଳାମାନେ । ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏପଟେ ରାତ୍ରିରେ ବୋଦାମୁଣ୍ଡାଇ ଓ ବାରିଗୋଳ ଗ୍ରାମରୁ ବାରମ୍ବାର ଚୋରି ହେଉଥିବାର ସାଲେପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।
ଚଳିତମାସ ୧୬ ତାରିଖ ବିଳମ୍ବିତ ରାତିରେ କେହି ଜଣେ ଯୁବକ ବୋଦାମୁଣ୍ଡାଇ ବାରିଗୋଳ ଗ୍ରାମର ଗୟାଉଦ୍ଦିନଙ୍କ ଘର ଝରକା କାଟି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପାଟି କରିବାରୁ ଚୋର ଜଣକ ଦୌଡ଼ି ପଳାଇ ଯାଇଥିଲା । ଏନେଇ ଗୟାଉଦ୍ଦିନ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ