The Topmost

“The eyes believe themselves, the ears believe other people.”

16 ଘଣ୍ଟା ଫାଷ୍ଟିଂର ଫଳ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଆଜିକାଲି ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଓଜନ ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଓଜନ ହ୍ରାସ କରିବା ପାଇଁ ସବୁଠାରୁ ସୁବିଧା ଉପାୟ ହେଉଛି ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ। ଏହି ଫାଷ୍ଟିଂ ଜରିଆରେ ବହୁ ବଡ଼ ବଡ଼ ତାରକା ନିଜ ଓଜନକୁ ଖୁବ୍ ସହଜରେ ହ୍ରାସ କରିପାରୁଛନ୍ତି। କିଛି ବର୍ଷ ତଳୁ ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ଖୁବ୍‌ ଜୋର୍‌ରେ ଲୋକପ୍ରିୟ ହୋଇଚାଲିଛି। ଆଲିଆ ଭଟ୍ଟ, ବରୁଣ ଧାୱନ, ମଲାଇକା ଆରୋରା, ସାରା ଅଲ୍ଲୀ ଖାନ ଓ ଭାରତୀ ସିଂହଙ୍କ ପରି ବଲିଉଡ୍‌ ଷ୍ଟାର୍‌ମାନେ ଏହି ଫାଷ୍ଟିଂ ଜରିଆରେ ଓଜନ ହ୍ରାସ କରିଛନ୍ତି। ତେବେ, ଚାଲନ୍ତୁ ଜାଣିବା ଏହି ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂରେ କ’ଣ କରିବାକୁ ହୋଇଥାଏ।

ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ବିଭିନ୍ନ ତରିକାରେ କରାଯାଇପାରେ। ସାଧାରଣତଃ ଏହି ଫାଷ୍ଟିଂରେ ଲେ‌ାକେ ୧୬ ଘଣ୍ଟା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି। ଏଥିରେ ଯଦି କେହି ରାତି ୮ଟାରେ ଖାଇଥାନ୍ତି, ତାଙ୍କୁ ପୁଣିଥରେ ଖାଇବାକୁ ହେବ ପରଦିନ ମଧ୍ୟାହ୍ନ ୧୨ଟାରେ। ମାନେ ଆପଣଙ୍କୁ ପୂରା ୧୬ ଘଣ୍ଟା ଭୋକିଲା ରହିବାକୁ ପଡ଼ିବ। ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୁସ୍ଥକର ଖାଦ୍ୟ ଖାଇବାକୁ ହେବ। କେବଳ ୮ ଘଣ୍ଟା ମଧ୍ୟରେ ଆପଣ ଯାହା ଖାଇପାରିବେ।

ପ୍ରତିଦିନ ୩-୪ ଥର କିମ୍ବା ତା’ଠାରୁ ଅଧିକ ଥର ଖାଇବା ଅପେକ୍ଷା ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହି ଫାଷ୍ଟିଂରେ ଆପଣ ସବୁକିଛି ଖାଇକରି ବି ଓଜନ ହ୍ରାସ କରିପାରିବେ।

ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂରେ ଖାଇବାର ଏକ ତରିକା ଅଛି। ଏହି ଫାଷ୍ଟିଂରେ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ କ୍ୟାଲୋରି ଥିବା ଖାଦ୍ୟ ସେବନ ବାରଣ ରହିଛି। ଆପଣ ଏହି ସମୟରେ ପାଣି ଓ କ୍ୟାଲୋରି ନଥିବା ପାନୀୟ ପିଇପାରିବେ।