ତାଲିବାନ ଓ ପାକିସ୍ତାନର ତିକ୍ତତାପୂର୍ଣ୍ଣ ସମ୍ପର୍କ ଥମିବାର ନାଁ ଧରୁନି। ଏହା ମଧ୍ୟରେ ପାକିସ୍ତାନ ମାଟିରେ ୫ ଜଣ ଅଫିଗାନିସ୍ତାନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ବେଲୁଚିସ୍ତାନରେ ଆଫଗାନିସ୍ତାନ ଓ ଇରାନ ସୀମା ନିକଟରେ ୫ ଜଣଙ୍କ ଆଫଗାନିସ୍ତାନୀଙ୍କ ମୃତଦେହକୁ ଖମ୍ଭରେ ଝୁଲାଇ ଦିଆଯାଇଥିବା ଅବସ୍ଥାରେ ମିଳିଛି।
ଏହି ମୃତଦେହକୁ ମଧ୍ୟ ପାକିସ୍ତାନ ଖୁବ୍ କଷ୍ଟରେ ତାଲିବାନକୁ ଫେରାଇଛି। ଇସଲାମାବାଦରେ କାବୁଲ ଦୂତାବାସ ପକ୍ଷରୁ ଗୁରୁବାର କୁହାଯାଇଛି ଗତ ସପ୍ତାହ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବିଜୁଳି ଖମ୍ବରେ ୫ ଜଣ ଆଫଗାନୀ ନାଗରିକଙ୍କୁ ମାରି ଝୁଲାଇ ଦିଆଯାଇଥିଲା। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯଇଛି। ଏବେ ମୃତକଙ୍କ ପରିବାରକୁ ତାଙ୍କ ମୃତଦେହ ପ୍ରଦାନ କରାଯାଇଛି।
ଇରାନ ଦ୍ବାରା କଟକଣା ଲଗାଯାଇଥିଲା ଆତଙ୍କବାଦୀ ସଂଗଠନ ଜୈଶ-ଅଲ୍ ଅଦଲର ଜଣେ ପ୍ରମୁଖ ନେତା ମୁରାଦ ନୋଟିଜେଇର ହତ୍ୟା ବିଷୟରେ ଏକପାଖିଆ ବାନ ଦେଇଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇରାନର ସିସ୍ତାନ-ବେଲୁଚିସ୍ତାନରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ନିଜ ନେତାର ହତ୍ୟା ପ୍ରତିଶୋଧରେ ଏହି ଲୋକଙ୍କୁ ଅପହରଣ କରି ମାରି ଦିଆଯାଇଛି। ଦଲବାନ୍ଦିନ ଶହରରେ ଏକ କଲେଜ ନିକଟରେ ଶୁକ୍ରବାର ମୃତଦେହ ମିଳିଥିଲା।
ପାକିସ୍ତାନର ରାଜଧାନୀ ଆଫଗାନିସ୍ତାନ ଦୂତାବାସ କହିଛି, ବୁଧବାର ପଡୋଶୀଙ୍କ ମଧ୍ୟରେ ସେୟାର କରାଯାଇଥିବା ସ୍ପିନ୍ ବୋଲ୍ଡକ-ଚମନ୍ ସୀମାରେ ଶବକୁ ପରିବାର ଲୋକଙ୍କୁ ଦିଆଯାଇଛି। ବେଲୁଚିସ୍ତାନରେ ତାଙ୍କର ବାଣିଜ୍ୟ ଦୂତାବାସ ଆଫଗାନିସ୍ତାନରେ ଅପେକ୍ଷା କରୁଥିବା ସମ୍ପର୍କୀୟକୁ ଶବ ଫେରାଇବା ପାଇଁ ଚେଷ୍ଟା କରିଥିଲେ।
More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ