‘ମୁଁ ଆଗରୁ ବି କହିଛି ମୋ ରାଜ୍ୟରେ ସବୁବେଳେ ଝିଅ ଓ ମହିଳାଙ୍କୁ ସୁରକ୍ଷା ଦିଆଯିବ । ଯଦି ଶାସନ କାଳରେ କୌଣସି ମହିଳାଙ୍କୁ ହଇରାଣ କରିବାକୁ କେହି ଚେଷ୍ଟା କଲା, ତାହେଲେ ଜାଣିନେବ ଆଗରେ ଯମରାଜ ଜଗିଛନ୍ତି । ଅଭିଯୁକ୍ତଙ୍କୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିପାରିବେନି’ । ରାମଲୀଳା ମୈଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧନ କରି ଏଭଳି ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ଅନୁସାରେ, ଯୋଗୀ ଆଦିତ୍ୟନାଥ ମାନସରୋବର ରାମଲୀଲା ମୈଦାନରେ ଆୟୋଜିତ ସମାରୋହରେ ୩୪୩ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇଥିଲେ । ଏହି କ୍ରମରେ ସେ ଦେଶର ଆଇନ ବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ ଏବଂ ଏହାର ଅପବ୍ୟବହାରକାରୀଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ନିକଟରେ ଆମ୍ବେଦକରନଗରରେ କିଛି ଯୁବକ ଜଣେ ଯୁବତୀଙ୍କ ଦୁପଟ୍ଟା ଟାଣି ଦେବାରୁ ପଡିଯାଇ ତାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନେବା ଘଟଣା ଉଠାଇଥିଲେ ଯୋଗୀ କହିଥିଲେ, ‘ମହିଳଙ୍କ ସୁରକ୍ଷା ପାଇଁ ଆଇନକାନୁନ ରହିଛି । ଯଦି କେହି ଏହାର ଉଲଂଘନ କରେ ତେବେ ଜାଣିନେବ ଆଗରେ ଯମରାଜ ଅପେକ୍ଷା କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ