The Topmost

“The eyes believe themselves, the ears believe other people.”

ଗୃହବନ୍ଦୀ ଡରରେ କଂଗ୍ରେସ କାର୍ଯ୍ୟାଳୟରେ କଟିଲା ରାତି

ମୁଖ୍ୟମନ୍ତ୍ରୀ ଭାଇ କାଳେ କରିଦେବେ ଗୃହବନ୍ଦୀ, ସେ ଭୟରେ କଂଗ୍ରେସ କାର୍ଯ୍ୟାଳୟରେ ରାତି କାଟିଲେ ଭଉଣୀ ୱାଇଏସ୍ ଶର୍ମିଳା । ଆନ୍ଧପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ୱାଇଏସ ଶର୍ମିଳା ଆଜି ବିଜୟୱାଡାରେ ସଚିବାଳୟ ଘେରାଉ ଡାକରା ଦେଇଛନ୍ତି । ବେରୋଜଗାରି ସମସ୍ୟା, ଛାତ୍ର ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡିଙ୍କ ସରକାର ବିରୋଧରେ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ଶର୍ମିଳା । ଗୁରୁବାର କଂଗ୍ରେସ କର୍ମୀଙ୍କୁ ନେଇ ସଚିବାଳୟ ଘେରାଉ କରିବାର ଡାକରା ଦେଇଛନ୍ତି । ଆଉ ତାଙ୍କୁ ଭୟ ଥିଲା ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଭାଇ ଜଗନ ମୋହନ ରେଡ୍ଡୀ ଶର୍ମିଳାଙ୍କୁ ଗୃହବନ୍ଦୀ କରିଦେବେ । ସେହି ଆଶଙ୍କାକୁ ନେଇ ଗତକାଲି ରାତିରେ ନିଜ ବାସଭବନକୁ ନଯାଇ କଂଗ୍ରେସ ଭବନରେ ରାତିଯାପନ କରିଛନ୍ତି । କଂଗ୍ରେସ ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଗଦି ବିଛାଇ ଶୋଇଥିବାର ଶର୍ମିଳାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଦିନେ ଭାଇକୁ ରାକ୍ଷୀ ବାନ୍ଧି ସୁରକ୍ଷା ମାଗୁଥିଲେ । ଆଜି ଭାଇ ଭୟରେ ନିଜ ଘରକୁ ଯିବାକୁ ଡରୁଛନ୍ତି ଶର୍ମିଳା ।

SHARE BY