ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର । ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି । ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅକ୍ଟୋବର ୧୨ ତାରିଖ ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିଉମୋଟଲୋଜି ବିଭାଗ ପକ୍ଷରୁ ଏହି ବ୍ୟାଧି ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଆୟୋଜିତ ୱାକାଥନ୍ରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି । ଏହି ଅବସରରେ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଗଣ୍ଠିବାତ ରୋଗର ସମସ୍ୟା ଓ ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବୁଝାଇଥିଲେ । ଏହି ବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଉପଯୁକ୍ତ ଜୀବନ ଶୈଳୀ ଏବଂ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ମାଷ୍ଟରକ୍ୟାଂଟିନ୍ ରୁ ରାମମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଏହି ୱାକାଥନ୍ରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର, ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର, ଡିଜିଏମ୍ (ସର୍କୁଲେସନ୍) ଶ୍ରୀ ଗଜେନ୍ଦ୍ର ଦାସ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀମାନେ ସାମିଲ ଥିଲେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି