The Topmost

“The eyes believe themselves, the ears believe other people.”

ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ବିଶ୍ବ ବ୍ୟାଙ୍କ୍ ର ଚେତାବନୀ

ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନରେ ଲୋକେ ଭୋକରେ ହେଉଛନ୍ତି ଆଉଟୁ ପାଉଟ । ନା ଲୋକଙ୍କ ପାଖରେ ଖାଇବାକୁ ଅଛି ପଇସା, ନା ପିନ୍ଧିବାକୁ ଅଛି ଲୁଗା । ପିଲାଙ୍କୁ ଦୁଇ ବେଳା ଖାଇବାକୁ ଦେବାକୁ ବାପା-ମାଆ ଅସମର୍ଥ । ଋଣରେ ବୁଡ଼ି ଥିବା ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗରିବଙ୍କ ସଂଖ୍ୟା । ଗରିବ ସୀମାରେଖା ତଳେ ଅଛନ୍ତି ୧୨ କୋଟି ୫୦ ଲକ୍ଷ ଲୋକ । ବିଶ୍ବ ବ୍ୟାଙ୍କ୍ ପାକିସ୍ତାନକୁ ଆର୍ଥିକ ସ୍ଥିତିକୁ ନେଇ ଜାରି କରିଛି ଚେତାବନୀ । ବିଶ୍ବବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସଙ୍କଟ ଚରମସ୍ତରରେ ପହଞ୍ଚିଛି । ଯେଉଁଠାରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହେବ । ଦେଶରେ ଆର୍ଥିକ ସ୍ଥିରତା ଆଣିବା ଲାଗି କୌଣସି ଉପାୟ କର ନଚେତ ଭୋକ ଉପାସରେ ରହିବାକୁ ପ୍ରସ୍ତୁତ ରୁହ ବୋଲି କହି ଚରମବାଣୀ ଶୁଣାଇ ଦେଇଛି ବିଶ୍ବବ୍ୟାଙ୍କ । ଏହାସହ ବିଶ୍ବବ୍ୟାଙ୍କ ପାକିସ୍ତାନକୁ ପ୍ରଶ୍ନ କରିଛି, ୪୦ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଜନସଂଖ୍ୟା ସହ ରହିବାକୁ ଚାହୁଁଛ ନା ଉଜ୍ଜଳ ଭବିଷ୍ୟତ ଲାଗି କିଛି ନୂଆ ନୀତି ଆଣିବାକୁ ଚେଷ୍ଟା କରୁଛ ।

SHARE BY