The Topmost

“The eyes believe themselves, the ears believe other people.”

ମହିଳାମାନେ ଶରୀରରେ ଏହି ଭିଟମିନ୍ ଅଭାବକୁ ଧ୍ୟାନ ଦିଅନ୍ତୁ

ଶରୀରକୁ ପୋଷକ ତତ୍ବର ଖୁବ୍ ଅଧିକ ଆବଶ୍ୟକତା ରହିଛି। ପ୍ରତ୍ୟେକ ସମୟରେ ଥକା ଲାଗୁଥିଲେ କିମ୍ବା ଥଣ୍ଡା ଅନୁଭବ ହେଉଥିଲେ ନିଶ୍ଚିତ ହୋଇଯାଆନ୍ତୁ ଯେ ଶରୀରରେ ପୋଷକ ତତ୍ବର ଅଭାବ ରହିଛି। ସାଧାରଣତଃ ପୁରୁଷଙ୍କ ତୁଳନାରେ ନାରୀମାନଙ୍କ କ୍ଷେତ୍ରରେ ଅଧିକ ଭିଟାମିନ୍‌ ଓ ମିନେରାଲ୍ସା ଅଭାବ ରହିଥାଏ। ଯେଉଁଥି‌ରେ ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ବି ସାମିଲ୍‌।

ପ୍ରତିମାସରେ ହେଉଥିବା ଋତୁସ୍ରାବ ହେତୁ ମହିଳାଙ୍କ ଶରୀରରେ ଆଇରନ୍‌ର ଅଭାବ ଅଧିକ ଦେଖିବାକୁ ମିଳିଥାଏ। ଶରୀରରେ ଆଇରନ୍‌ ଭାଗର ସନ୍ତୁଳନ ଠିକ୍‌ ରହିବା ପାଇଁ ମହିଳାମାନଙ୍କୁ ଅଧିକ ପରିମାଣର ଛେନା, ଚିକେନ, ମାଛ ଆଦି ଭର୍‌ପୂର ମାତ୍ରାରେ ଖାଇବା ଉଚିତ।

ହାଡ଼ ମଜ୍‌ବୁତ୍‌ ରଖିବାକୁ ଶରୀରରେ ଅଧିକ ପରିମାଣର କ୍ୟାଲ୍‌ସିୟମର ଆବ୍ୟକତା ରହିଛି। କ୍ୟାଲ୍‌ସିୟମ୍‌ ପାଇଁ ପ୍ରଚୁର ପରିମାଣରେ ଦୁଗ୍ଧ, ସବୁଜ ପରିବା, ଦହି, ପନୀର, ବାଦାମ ଆଦି ଖାଇବା ଭଲ।

ଶରୀରର ହାଡ଼ ଓ ମାଂସପେଶୀ ପାଇଁ ମ୍ୟାଗ୍‌ନେସିୟମ୍‌ ଖୁବ୍ ଜରୁରୀ। ଶରୀରରୁ ମ୍ୟାଗ୍‌ନେସିୟମ୍‌ର ଅଭାବ ଦୂର କରିବା ପାଇଁ ଡ୍ରାଏ ଫ୍ରୁଟ୍‌ସ, ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା, ସୋୟାବିନ୍‌ ଆଦି ଖାଇବା ଖୁବ୍ ଭଲ।

ହେଲ୍‌ଥଲାଇନ୍‌ ଅନୁସାରେ, ୨୦ରୁ ୩୯ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଆୟୋଡିନ୍‌ ପରିମାଣ କମ୍‌ ଥାଏ। ଶରୀରରେ ଆୟେଡିନ୍‌ର ପରିମାଣ ବଜାୟ ରଖିବା ପାଇଁ ଦୁଗ୍ଧଜାତୀୟ ଖାଦ୍ୟ ଓ ଅଣ୍ଡା ଖାଆନ୍ତି।

ମହିଳାଙ୍କ ଶରୀରରେ ଫୋଲେଟ୍‌ର ଅଭାବ ବି ଖୁବ୍ ଅଧିକ ରହିଥାଏ। ଏଥିପାଇଁ ଆପଣଙ୍କୁ ଡାଲି, ଫଳ ଓ ଶସ୍ୟଜାତୀୟ ଖାଦ୍ୟ ଖାଇବା ଜରୁରୀ।