ଆସିଲା ନୂଆ ଅବକାରୀ ନୀତି । ନୂଆ ଅବକାରୀ ନୀତି ଘୋଷଣା କଲେ ଓଡ଼ିଶା ସରକାର । ଯେଉଁଥିରେ ନୂଆ ମଦ ଦୋକାନ ଖୋଲିବା, ମଦ ପିଇବା, ବାର୍ରେ ନାଚିବା ଉପରେ ନୂଆ ଘୋଷଣା କରିଛନ୍ତି ମୋହନ ସରକାର । ଶୁକ୍ରବାର ନୂଆ ଅବକାରୀ ନୀତି ଘୋଷଣା କରିବା ସହିତ ଅନେକ ଗୁଡିଏ କାରବାର ଉପରେ ରୋକ୍ ଲଗାଇଛନ୍ତି । ସେହିଭଳି ଆଉ କିଛି ନୂଆ ଘୋଷଣା ବି କରିଛନ୍ତି । ବାର୍ରେ ଡ୍ୟାନ୍ସ କରିବା ଉପରେ ସରକାର ରୋକ୍ ଲଗାଇ ଦେଇଛନ୍ତି । ଆଉ ବାର୍କୁ ଯାଇ ଡ୍ୟାନ୍ସ କରି ପାରିବେନି । ତେବେ ନଜର ପକାନ୍ତୁ ନୂଆ ଅବକାରୀ ନୀତିରେ କେଉଁ ଜିନିଷ ଉପରେ ରୋକ୍ ଲଗାଯାଇଛି ଏବଂ କେଉଁ କେଉଁ ନୂଆ ନିୟମ ଲାଗୁ କରାଯାଇଛି ।
ନୂଆ ଅବକାରୀ ନୀତି:
- ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି
- ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ
- ବାର୍ରେ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି
- ବାର୍ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁ
- ସମୁଦ୍ର ବେଳାଭୂମିରେ ଖୋଲିବ ବିଚ୍ ଶ୍ୟାକ୍ସ ବା କେବିନ୍
- OTDC ପକ୍ଷରୁ ବିଚ୍ ଶ୍ୟାକ୍ସରେ ମିଳିବ ମଦ
- ବିଚ୍ ଶ୍ୟାକ୍ସ ଅନୁମତି ପାଇଁ OTDC ପାଇବ ୫୦ ହଜାର ଟଙ୍କା
- OTDCକୁ ଟଙ୍କା ଦେବେ ବିଚ୍ ଶ୍ୟାକ୍ସ ବ୍ୟବସାୟୀ
- ବିଭିନ୍ନ ନଦୀ, ହ୍ରଦ ଓ ଡ୍ୟାମ୍ରେ ବି ଖୋଲିବ ବିଚ୍ ସେକ୍
- କେବେଳ ଥ୍ରୀ ଷ୍ଟାର ହୋଟେଲକୁ ମିଳିବ ମଦ ବିକ୍ରି ଅନୁମତି
- ବାର୍ରେ ଡ୍ୟାନ୍ସ ପରିବେଷଣକୁ ମିଳିବନି ଅନୁମତି
- ବାର୍ଷିକ ଲାଇସେନ୍ସ ରହିବ ୫୦ ହଜାର ଟଙ୍କା
- ସେପ୍ଟେମ୍ବର ୧ରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା