The Topmost

“The eyes believe themselves, the ears believe other people.”

ବାଂଲାଦେଶୀ କରୁଛନ୍ତି ଭାରତୀୟ ମୁଦ୍ରାର ସ୍ମଗଲିଂ

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ସମୟରେ ନୂଆ ନୂଆ ମୁଦ୍ରା ବା କଏନ୍ ଜାରି କରିବା ସହ ଅନେକ ମୁଦ୍ରା କଏନକୁ ସବୁଦିନ ପାଇଁ ବନ୍ଦ ମଧ୍ୟ କରିଦେଇଥାଏ । ତେବେ ଗତ କିଛି ଦିନ ହେବ ଆପଣମାନେ ପୁରୁଣା ୫ ଟଙ୍କିଆ କଏନ୍ ଆଉ ଦେଖିବାକୁ ପାଉନଥିବେ । ବଜାରରେ ଏହି ପୁରୁଣା ୫ ଟଙ୍କିଆ କଏନ୍ ଧିରେଧିରେ କମିବାରେ ଲାଗିଛି । ଏହି ପୁରୁଣା କଏନର ଓଜନ ୯ ଗ୍ରାମ ହୋଇଥିବାବେଳେ ତାହାକୁ କପ୍ରୋ-ନିକେଲ ସର୍କୁଲାର କଏନ୍ କୁହାଯାଉଥିଲା ।

ତେବେ ଏହି ପୁରୁଣା କଏନକୁ ଆରବିଆଇ ଅଚାନକ କାହିଁକି ବନ୍ଦ କଲା ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଜାଣିବା ସେ ବାବଦରେ…

ଆପଣମାନେ ଯଦି ଏବେ ନୂଆ ୫ ଟଙ୍କିଆ କଏନ ଓ ପୁରୁଣା ୫ ଟଙ୍କିଆ କଏନକୁ ତୁଳନା କରିବେ, ତେବେ ନୂଆ କଏନଟି ଟିକେ ହାଲୁକା ରହିବ । ପ୍ରକୃତ କଥା ହେଉଛି, ପୁରୁଣା ୫ ଟଙ୍କିଆ କଏନକୁ ବାଂଲାଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା । ଏଥିସହିତ ପୁରୁଣା କଏନକୁ ତିଆରି ପାଇଁ ଅନେକ ଧାତୁର ଉପଯୋଗ କରାଯାଉଥିଲା । ଉକ୍ତ ଧାତୁର ଉପଯୋଗ୍ୟ ଅନ୍ୟ ଉତ୍ପାଦ ଯେପରିକି ବ୍ଲେଡ ତିଆରିରେ ବି ଆବଶ୍ୟକ ହେଉଥିଲା । ସେଥିପାଇଁ ଉକ୍ତ କଏନକୁ ବାଂଲାଦେଶକୁ ଚୋରା ଚାଲାଣ କରାଯାଉଥିଲା ।


ତେଣୁ ପୁରୁଣା ୫ ଟଙ୍କିଆ କଏନର ଏହି ଖରାପ ବ୍ଯବହାରକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ବାଂଲାଦେଶକୁ ଏହି କଏନ ଚାଲାଣ ହେବା ପରେ ସେଠାରେ ତାହାକୁ ତରଳାଇ ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା ।ଗୋଟିଏ କଏନରୁ ୬ଟି ବ୍ଲେଡ୍ ତିଆରି ହେଉଥିଲା ଓ ସେମାନେ ତା’ ଦ୍ୱାରା ଅନେକ ଅର୍ଥ ଉପାର୍ଜନ କରିପାରୁଥିଲେ । ଏନେଇ ଆରବିଆଇକୁ ସୂଚନା ମିଳିବା ପରେ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାପରେ ଉକ୍ତ କଏନର ଉତ୍ପାଦନକୁ ଆରବିଆଇ ରୋକି ଦେଇଥିଲା । ଏହାପରେ ବଜାରୁ ଉକ୍ତ ପୁରୁଣା କଏନ୍ ଧିରେଧିରେ ଗାଏବ୍ ହେବାରେ ଲାଗିଥିଲା ।

ନୂଆ ୫ ଟଙ୍କିଆ କଏନରେ ଅନେକ ପରିବର୍ତ୍ତନ କରାଯାଇଥିବାବେଳେ ତାହା ପୂର୍ବାପେକ୍ଷା ପତଳା ଓ ବଡ଼ ରହିଛି । ଏଥିସହିତ ତାହା ଯେପରି ଦ୍ୱିତୀୟବାର ଦୁରୂପଯୋଗ ହୋଇନପାରିବ, ସେଥିପାଇଁ ସେଥିରେ ବ୍ୟବହୃତ ଧାତୁକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।ନୂଆ ୫ ଟଙ୍କିଆ କଏନକୁ ଉପଯୋଗ କରି ଚୋରା ଚାଲାଣକାରୀମାନେ ବ୍ଲେଡ୍ ଭଳି ଜିନିଷ ତିଆରି କରିପାରିବେନି । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦେଶର ମୁଦ୍ରାକୁ ଆହୁରି ସୁରକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।