24 ଜାନୁଆରୀ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ଭାବରେ ପାଳନ କରାଯାଏ । ଝିଅମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ବିକାଶ ପାଇଁ ସମାନ ସୁଯୋଗ ସହିତ ସେମାନଙ୍କୁ ସମାଜରେ ସମ୍ମାନ ଦେବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ । ଲିଙ୍ଗଗତ ଭେଦଭାବ ଭାରତରେ ଏକ ନୂଆ କଥା ନୁହେଁ, କିନ୍ତୁ ଶତାବ୍ଦୀ ଧରି ଚାଲିଆସୁଛି । ଜାତୀୟ ବାଳିକା ଶିଶୁ ଦିବସ ପାଳନ କେବେ ଓ କାହିଁକି ଆରମ୍ଭ ହେଲା ଆସନ୍ତୁ ଜାଣିବା । ଏବଂ କେଉଁ ଥିମ୍ ସହିତ ଚଳିତ ବର୍ଷ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଉଛି ଜାଣନ୍ତୁ ।
ଜାତୀୟ ବାଳିକା ଶିଶୁ ଦିବସର ଇତିହାସ
24 ଜାନୁଆରୀ 1966 ରେ ଇନ୍ଦିରା ଗାନ୍ଧୀ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ତେଣୁ 24 ଜାନୁଆରୀ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ଭାବରେ ପାଳନ କରାଯାଏ । ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ 2008 ମସିହାରେ ମହିଳା କଲ୍ୟାଣ ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିଲା । କାରଣ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଯାହା ମହିଳା ଶଶକ୍ତିକରଣ ଦିଗରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଥିଲା ।
କେବଳ 24 ଜାନୁଆରୀରେ ବାଳିକା ଦିବସ କାହିଁକି ପାଳନ କରାଯାଏ ?
24 ଜାନୁଆରୀରେ ଝିଅ ଦିବସ ପାଳନ ହେବାର ଏକ ବିଶେଷ କାରଣ ହେଉଛି 1966 ମସିହାରେ, ଏହି ଦିନ ଅର୍ଥାତ୍ 24 ଜାନୁଆରୀରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ଏହି ସ୍ଥିତିକୁ ଦେଶର ଝିଅର ସଫଳତାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି ଦିନ ଚୟନ କରାଯାଇଥିଲା ।
ବାଳିକା ଦିବସ ପାଳନ କରିବାର ଉଦ୍ଦେଶ୍ୟ
ଜାତୀୟ ବାଳିକା ଶିଶୁ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଝିଅମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା । ଏହା ବ୍ୟତୀତ ସମାଜରେ ସେମାନଙ୍କର ବିକାଶ ପାଇଁ ସମାନ ସୁଯୋଗ ଏବଂ ସମ୍ମାନ ପ୍ରଦାନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଝିଅମାନଙ୍କ ପ୍ରତି ହେଉଥିବା ଭେଦଭାବ ବିଷୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ।
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର