ଖରା ଦିନ ଅପେକ୍ଷା ଶୀତ ଦିନେ ତ୍ବଚା ଟିକେ ଅଧିକ ମଳିନ ଦିଶିଥାଏ। ରୁକ୍ଷ ଦିଶିବା ସହ ରଂଗ ମଧ୍ୟ କମ୍ ଲାଗିଥାଏ। ଏହା ପଛରେ ଅନେକ କାରଣ ଅଛି। ତେବେ ଏହାର ସମାଧାନ ବି ଅଛି।
ଅଧିକାଂଶ ସମୟରେ ଆମେ ଗାଧେଇବା ପରେ ମୁହଁରେ ମସ୍ଚୁରାଇଜର ଲଗାଇ ନଥାନ୍ତି। କାର୍ଯ୍ୟବସ୍ତତା ପାଇଁ ହେଉ ବା ଖାମ୍ଖିଆଲି ପାଇଁ ହେଉ ଏହା କିନ୍ତୁ ଆମ ତ୍ବଚା ଉପରେ ଖୁବ୍ ପ୍ରଭାବ ପକାଇଥାଏ। ଫେସ୍ୱାସ୍ କରିବା ପରେ ମସ୍ଚୁରାଇଜର୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ଆପଣ ତ୍ବଚାରେ ସନ୍ସ୍କ୍ରିନ୍ ଲୋସନ୍ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ। ଏହା ମୁହଁକୁ ଚିକ୍କଣ ରଖିବା ସହ ତେଲିଆ ବି ରଖିଥାଏ। ଯାହା ଦ୍ବାରା ମୁଖମଣ୍ଡଳରେ ଆଉ ରୁକ୍ଷପଣ ଦେଖିବାକୁ ମିଳେ ନାହିଁ।
ରାତିରେ ମୁହଁରେ କିଛି ନା କିଛି ଲଗାଇ ଶୋଇବାକୁ ଚେଷ୍ଟା କରନ୍ତୁ। ଶୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍ କରି ଗାଧାନ୍ତୁ। ଏହା ସଂସାରର ସବୁଠାରୁ ଭଲ ବଡି ଲୋସନ। ତେବେ କେବଳ ଶୋଇବା କାହିଁକି, ଗାଧୋଇବା ପୂର୍ବରୁ ମହୁ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ବି ଆବଶ୍ୟକତା ପଡ଼ିବ ନାହିଁ।
ଇଚ୍ଛା ନ ହଉଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇବାର କୌଣସି ବିକଳ୍ପ ନାହିଁ। ପ୍ରଚୁର ପାଣି ପିଉଥିଳେ ଆପଣଙ୍କ ତ୍ବଚା କେବେ ବି ରୁକ୍ଷ ଦିଶିବ ନାହିଁ। ଶୀତ ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିବା କାରଣରୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ।
ଗାଧୁଆ ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଭଲ। ଏପରି କଲେ ଆପଣଙ୍କ ତ୍ବଚା ମସୃଣ ରହିବ। ରାତିରେ ଶୋଇବା ବେଳେ ନାହିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ମୁଖମଣ୍ଡଳ ଉଜ୍ଜ୍ବଳ ଦିଶିବ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି