ପ୍ରତାପ ଜେନାଙ୍କୁ ଶକ୍ତ ଝଟକା । ବିଜେଡିରୁ ଇସ୍ତଫା ଦେଇ ସାରଦା ପ୍ରଧାନଙ୍କ ଶିବିରରେ ସରପଞ୍ଚ ଓ ସମିତି ସଭ୍ୟ । ନିଶ୍ଚିନ୍ତକୋଇଲି ପଞ୍ଚାୟତର ୬ ସରପଞ୍ଚ, ସମିତି ସଭ୍ୟ ବିଜେଡି ଛାଡ଼ି ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ନେଇଛନ୍ତି ନିଷ୍ପତି । ବିଜେଡି ଛାଡ଼ିଥିବାର ସମସ୍ତ ଜନପ୍ରତିନିଧିଙ୍କୁ ସ୍ବାଗତ କରିଛନ୍ତି ବିଧାୟକ ସାରଦା ପ୍ରଧାନ । ବିଧାୟକ ସାରଦା ପ୍ରଧାନଙ୍କ ନେତୃତ୍ବ ଉପରେ ଆସ୍ଥା ରଖି ବିଜେଡି ଛାଡ଼ିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ ।
ଘଟଣା ପରେ ଗୋଟେ ପ୍ରକାର ପ୍ରତାପ ଜେନାଙ୍କ ଶିବରକୁ ଶକ୍ତ ଝଟକା ଲାଗିଛି । ନିର୍ବାଚନ ପୂର୍ବରୁ ବିଶେଷତଃ ଏପରି ଦଳ ଡିଆଁର ପ୍ରଥା ରହିଛି । କିନ୍ତୁ ନିର୍ବାଚନ ପରେ ହଠାତ ଏପରି କଣ ହେଲା ଯେ ପ୍ରତାପ ଜେନାଙ୍କ ଦଳରୁ ବିଦାୟ ନେଲେ ସରପଞ୍ଚ ଓ ସମିତି ସଭ୍ୟ । ଏହା ଉପରେ ସାଧାରଣ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
More Stories
ଓଡିଶା ରାଜନୀତିରେ ପାଦ ଥାପୁଛି ସମାଜବାଦି ପାର୍ଟି
ପୁଣି ବିଜେଡି ରାଜ୍ୟ ସଭାପତି ହେବେ ନବୀନ
16 ଜିଲ୍ଲାକୁ ସଭାପତି ଘୋଷଣା କଲା ବିଜେଡି