କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ

ଭାଲେଣ୍ଟାଇନ ଡେ ବା ପ୍ରେମୀ ଦିବସ। ପ୍ରେମୀଯୁଗଳମାନେ ଫେବ୍ରୁଆରି ୭ ତାରିଖରୁ ନେଇ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ମନାଇ ଥାଆନ୍ତି। ତେବେ ଆପଣଙ୍କ ମନରେ ଏହି ଉତ୍ସୁକତା ନିଶ୍ଚୟ ଥିବ ଯେ ଏହି ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ ଆରମ୍ଭ କେମିତି ହେଲା?

ଆପଣ ଜାଣିରଖନ୍ତୁ ଯେ ଭାଲେଣ୍ଟାଇନ ଡେ’ ମନାଇବା ପଛରେ ରୋମ୍‌ର ଜଣେ ସନ୍ଥଙ୍କ କାହାଣୀ ରହିଛି। ଏହି ସନ୍ଥଙ୍କ ନାମ ଭାଲେଣ୍ଟାଇନ୍‌। ରୋମ୍‌ର ତତ୍‌କାଳୀନ ରାଜା କ୍ଲାଉଡିୟସ୍‌ ପ୍ରେମ ବିରୋଧୀ ଥିଲେ। ତାଙ୍କର ଭାବନା ଥିଲା ସେ ପ୍ରେମରେ ପଡ଼ିବା ପରେ ସୈନିକମାନଙ୍କ ମୁଣ୍ଡ ଠିକ୍‌ରେ କାମ କରିବ ନାହିଁ। ଏହି କାରଣରୁ ସେ ପ୍ରେମକୁ ବିରୋଧ କରୁଥିଲେ।

ଏପରିକି ରାଜା ସୈନିକମାନଙ୍କର ବିବାହ ବି କରିବାକୁ ଦେଉନଥିଲେ। ମାତ୍ର ସନ୍ଥ ଭାଲେଣ୍ଟାଇନ୍‌ ପ୍ରେମର ପ୍ରଚାର କରୁଥିଲେ। ଏମିତିକି ସେ ଅନେକ ସୈନିକଙ୍କ ବିବାହ ବି କରାଇଥିଲେ। ଯେଉଁ କାରଣରୁ ରାଜା ତାଙ୍କ ଉପରେ ଖୁବ୍ ରାଗିଗଲେ ଓ ଭାଲେଣ୍ଟାଇନ୍‌ଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ।

ଭାଲେଣ୍ଟାଇନ୍‌ଙ୍କୁ ଫେବ୍ରୁଆରି ୧୪ ତାରିଖ ଦିନ ଫାଶୀ ହୋଇଥିବାରୁ ଏହି ଦିନକୁ ପ୍ରେମୀମାନେ ତାଙ୍କରି ସ୍ମୃତିରେ ଭାଲେଣ୍ଟାଇନ୍‌ ଡେ’ ଭା‌ବେ ପାଳନ କରିଥାନ୍ତି। ସେହିଦିନଠାରୁ ଫେବ୍ରୁଆରି ୧୪ ହୋଇଗଲା ପ୍ରେମୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ। କେବଳ‌ ରୋମ୍‌ ପାଇଁ ନୁ‌ହେଁ, ବରଂ ସାରା ଦୁନିଆ ପାଇଁ ଏହି ଦିନଟି ସ୍ବତନ୍ତ୍ର ପାଲଟିଗଲା। ଏହି ଦିନ ପ୍ରେମୀମାନେ ନିଜ ସାଥୀଙ୍କ ପାଇଁ କିଛି ସ୍ବତନ୍ତ୍ର କରିବାକୁ ନିଶ୍ଚୟ ଚିନ୍ତା କରିଥାନ୍ତି।

SHARE BY