କେନ୍ଦ୍ର ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରିଛନ୍ତି। ଯାହାଦ୍ୱାରା ଗରିବ ଲୋକ ଉପକୃତ ହୋଇପାରୁଛନ୍ତି। ସେହି ଗରିବ କଲ୍ୟାଣ ଯୋଜନାର ଫାଇଦା ଉଠାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଏହି ଯୋଜନା ମଧ୍ୟରେ ରହିଛି ମାଗଣା ରାସନ। ମାଗଣା ରାସନ ଯୋଜନାରେ ଲୋକଙ୍କୁ ଚାଉଳ , ଡାଲି , ଚିନି , ଗହମ ଭଳି ବିଭିନ୍ନ ପ୍ରକାର ରାସନ ମାଗଣା ପ୍ରଦାନ କରାଯାଉଛି ଗରିବ ଲୋକଙ୍କୁ।
କିନ୍ତୁ ନିକଟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ଆଉ ମିଳିବନି ମାଗଣା ରାସନ। ଯାହାର ଫାଇଦା ଲୋକମାନେ ବହୁ ପରିମାଣରେ ଉଠାଉଛନ୍ତି ଗରିବ ଲୋକେ। ସରକାର ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ବଣ୍ଟନ କରୁଛନ୍ତି ଯାହାଦ୍ୱାରା ଗରିବ ଲୋକଙ୍କୁ ଖୁବ କମ ଟଙ୍କାରେ ଖାଦ୍ୟ ମିଳିପାରୁଛି। ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଆପଣ ମଧ୍ୟ ସଚେତନ ହୋଇଯାଆନ୍ତୁ। ଅଯୋଗ୍ୟତା ସତ୍ତ୍ବେ ମାଗଣା ରାସନର ଫାଇଦା ଉଠାଉଥିଲେ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି।
ଏବେ ଜୋରିମାନା ଭରିବାକୁ ପଡିବ:
କାରଣ କିଛିଦିନ ତଳେ କେନ୍ଦ୍ର ସରକାର ଏଥିପାଇଁ ଏକ ଗାଇଡଲାଇନ ପ୍ରଚଳନ କରିଥିଲେ। ଯାହାଦ୍ୱାରା କାରଣ ସେମାନଙ୍କ ରାସନ କାର୍ଡ ସରେଣ୍ଡର କରିବା ନିର୍ଦ୍ଦେଶ ଦିଆଯାଇଥିଲା। ଯାହାର ଶେଷ ତାରିଖ ମଧ୍ୟ ସରିଯାଇଛି। ସଠିକ ହିତାଧିକାରୀ ନ ହୋଇ ମଧ୍ୟ ଲାଭ ଉଠାଉଥିଲେ ଜୋରିମାନା ଭରିବାକୁ ପଡିବ। ତେବେ ମାନେ ରଖିବା ଉଚିତ ଯେ ସରକାରୀ କର୍ମଚାରୀ ମାଗଣା ରାସନ ପାଇବା ପାଇଁ ଅଯୋଗ୍ୟ।
ଏହା ବ୍ୟତୀତ ଆୟକରଦାତା, ପାଞ୍ଚ ଏକରରୁ ଅଧିକ ଜମି ଥିବା ମାଲିକ, ଚାରି ଚକିଆ ଯାନ ଥିବ ଯାହାର ଏବଂ ପକ୍କା ଘର ମାଲିକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଗରିବ ଲୋକ ପାଇଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦୀର୍ଘ ସମୟରୁ କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବରେ ରାସନ କାର୍ଡ ଜରିଆରେ ମାଗଣା ରାସନ ଯୋଗାଇ ଆସୁଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍