The Topmost

“The eyes believe themselves, the ears believe other people.”

ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ କାହାର ସଂପୃକ୍ତି ?

ତୀବ୍ର ହେଉଛି ଭାରତ-କାନାଡ଼ା ବିବାଦ । ତଦନ୍ତରେ ଭାରତ ସହଯୋଗ କରିବାକୁ ଆମେରିକାର ଦାବି । ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ପରେ ଉଭୟ ଦେଶର ସମ୍ପର୍କ ଏବେ ଖରାପ ହୋଇପଡ଼ିଛି । ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡ଼ା ଅଭିଯୋଗ କରୁଥଲେ ବି ଭାରତ ଏହାକୁ ଖଣ୍ଡନ କରିଛି । ଦୁଇ ଦେଶର ସହଯୋଗରେ ତଦନ୍ତ ଆଗକୁ ବଢ଼ିପାରିବ ବୋଲି ୟୁଏସ୍ ସଚିବ ଆଣ୍ଟୋନି ବ୍ଲିଙ୍କେନ ମତ ଦେଇଛନ୍ତି । ଅନ୍ୟପକ୍ଷରେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ୍ । ସେ କହିଛନ୍ତି ଯେ ଟ୍ରୁଡୋ କେବଳ ନିଜର ରାଜନୈତିକ ଫାଇଦା ପାଇଁ ଏଭଳି ନାଟକ କରୁଛନ୍ତି । କାନାଡ଼ା ନିର୍ବାଚନରେ ତାଙ୍କର ଛବି ଖରାପ ରହିଛି । ଯଦି ପେଣ୍ଟାଗନକୁ ନୂଆଦିଲ୍ଲୀ ଓ ଓଟାୱା ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯିବ ତେବେ ପେଣ୍ଟାଗନ ପ୍ରଥମେ ନୂଆଦିଲ୍ଲୀକୁ ବାଛିବ ।