ଆସନ୍ତା ୩୦ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏକ ବୈଠକ ବସିବାକୁ ଯାଉଛି। ଏଥିରେ ନବମରୁ ଦ୍ବାଦଶ ପିଲାଙ୍କ ଅଭିଭାବକ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ପାଠ ପଢା ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ସହ (APAAR) ID ନେଇ ଆଲୋଚନ ହେବ। ରାଜ୍ୟ ସରକାର ଅଭିଭାବକ ମାନଙ୍କଠାରୁ ସମ୍ମତି ପାଇବା ପରେ ଅଟୋମେଟେଡ୍ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (APAAR) ID ପ୍ରସ୍ତୁତ କରିବେ।
ଅଭିଭାବକଙ୍କ ଅନୁମତିରେ APAAR ID ହେବ। ଏହି IDରେ ଡିଜିଟାଲି ସମସ୍ତ ସାର୍ଟିଫିକେଟ୍ ରଖିପାରିବେ ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଏହି ପରିଚୟ ପତ୍ର ପ୍ରସ୍ତୁତ କରାଯିବ।
APAAR ID କ’ଣ?
APAAR ID ହେଉଛି ଅଟୋମେଟେଡ୍ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି ବା ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି।। ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ‘ଏକ ଦେଶ, ଏକ ଛାତ୍ର ଆଇଡି’। ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କ୍ଷମତାକୁ ସକ୍ଷମ କରିଥାଏ। ଡ୍ରପଆଉଟ୍ ହାର ହ୍ରାସ କରିବାରେ ଏବଂ ସ୍କୁଲ ବାହାରେ ପିଲାମାନଙ୍କର ଟ୍ରାକିଂରେ ସାହାଯ୍ୟ କରିଥାଏ।
ଜାଣନ୍ତୁ କେମିତି ଉପକୃତ ହେବେ ଛାତ୍ରଛାତ୍ରୀ..
ଏହି ବ୍ୟବସ୍ଥା ଡିଜି ଲକର ସିଷ୍ଟମ ସହିତ ସିଧାସଳଖ ସଂଯୁକ୍ତ ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଏବଂ ବହିର୍ଭୂତ କାର୍ଯ୍ୟ ସହିତ ଛାତ୍ରମାନଙ୍କ ଏକାଡେମିକ୍ କୃତିତ୍ୱର ଡିଜିଟାଲ୍ ଷ୍ଟୋରେଜକୁ ସହଜ କରିବ। ଛାତ୍ରଛାତ୍ରୀ ମାନେ ନିଜର ସମସ୍ତ ମାର୍କସିଟ ତଥା ସାର୍ଟିଫିକେଟକୁ ଏଠାରେ ରଖିପାରିବେ। ଏହି ଆଇଡିରେ ଛାତ୍ରଛାତ୍ରୀ ନିଜର ସମସ୍ତ ଡିଜିଟାଲି ସାର୍ଟିଫିକେଟ୍ ରଖିପାରିବେ।
ସୂଚନା ଅନୁସାରେ, APAAR ID ନେଇ ଅଭିଭାବକଙ୍କ ସର୍ବସମ୍ମତି ମିଳିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ପିତାମାତାଙ୍କ ସମ୍ମତିପତ୍ର ସଂଗ୍ରହ କରି ଏହାକୁ ସରକାରଙ୍କ ନିକଟକୁ ପଠାଇବେ। ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ସହିତ ସମାନ୍ତରାଳ ଭାବେ କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇଥିବା ‘ଏକ ଦେଶ, ଏକ ଛାତ୍ର ଆଇଡି’ କାର୍ଯ୍ୟକ୍ରମ (APAAR) ID ପ୍ରସ୍ତୁତ ହେବ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି