ଆଖିରେ କାକୁଡି ଲଗେଇଲେ କଣ ହୁଏ

ଆପଣଙ୍କ ପାଇଁ କାକୁଡ଼ି ଅନେକ ଦୃଷ୍ଟିରୁ ଫଳପ୍ରଦ ହୋଇଥାଏ। କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। କାକୁୁଡ଼ି ସଂପର୍କରେ ଆଗରୁ ଗୁଡ଼ାଏ କଥା ଆମେ ଆପଣଙ୍କୁ ଜଣାଇ ସାରିଛୁ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ ଯେଉଁମାନେ ଡାଏଟ୍‌ରେ ରୁହନ୍ତି ସେମାନେ ନିଜର ଖାଦ୍ୟ ତାଲିକାରେ କାକୁଡ଼ି ନିଶ୍ଚୟ ସାମିଲ୍‌ କରନ୍ତି। ଚର୍ବି ଖସାଇବା ପାଇଁ ଏହା ଖୁବ୍‌ ଭଲ ହୋଇଥାଏ।

କାକୁଡ଼ି ପରି କାକୁଡ଼ି ରସ(ଜୁସ୍‌) ବି ଭାରି ଉପକାରୀ। ଖାସ୍‌ କରି ଆପଣ ଯଦି ନିଜ ମୋଟାପଣକୁ ନେଇ ଚିନ୍ତିତ କିମ୍ବା ଚର୍ବି ଖସାଇବାକୁ ଚାହାନ୍ତି ତେବେ ଆପଣ କାକୁଡ଼ି ରସକୁ ପିଇବା ଆରମ୍ଭ କରିପାରନ୍ତି। କାକୁଡ଼ି ରସ ସୁସ୍ଥକର ହେବା ସହ ପତଳା ଶରୀର ପାଇଁ ମଧ୍ୟ ସହାୟ ହୋଇଥାଏ।

କାକୁଡ଼ି ଜୁସ୍‌ ପ୍ରସ୍ତୁତ କରିବା ପାଇଁ ଗୋଟିଏ କାକୁଡ଼ି, ଗୋଟିଏ ବିଡ଼ା ଧନିଆ ପତ୍ର, ଗୋଟିଏ ଲେମ୍ବୁ, ଗୋଟିଏ ଟେବୁଲ୍‌ ଚାମଚ ଅଦା ବଟା, ଗୋଟିଏ ଟେବୁଲ୍‌ ଚାମଚ ଆଲୋବେରା ରସ ଏବଂ ଗୋଟିଏ ଗ୍ଲାସ୍‌ ପାଣି ନିଅନ୍ତୁ। ଏସବୁକୁ ମିଶାଇ ଗ୍ରାଇଣ୍ଡରେ ପେସି କରି ଜୁସ୍‌ ତିଆରି କରନ୍ତୁ। ଏହି ଜୁସ୍‌କୁ ରାତିରେ ଖଟକୁ ଯିବା ପୂର୍ବରୁ ପିଇକରି ଶୁଅନ୍ତୁ। ଆପଣ ଏହାକୁ ୧ ମାସ ରୀତିମତ ପିଇବା ପରେ ପ୍ରଭାବ ନିଜେ ଜାଣିପାରିବେ।

ଏହାକୁ ବାଦ୍‌ ଦେଲେ ଆପଣ କାକୁଡ଼ିରେ ଏକ ପେଷ୍ଟ୍‌ ପ୍ରସ୍ତୁତ କରି ମୁହଁରେ ଲେପ ଦେଇପାରନ୍ତି। ଏହା ଆପଣଙ୍କ ତ୍ବଚାର ଚମକ ବୃଦ୍ଧିରେ ସହାୟ ହୋଇଥାଏ। ଚେହେରାରୁ ବ୍ରଣ, ଦାଗ ଆଦି କମାଇ ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣ କରିପାରେ ଏହି କାକୁଡ଼ି।

SHARE BY