ପୁଣି ତେଜିଲା ବିଜେଡି-ବିଜେପି କଳି। ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କଡ଼ା ଜବାବ ଦେଇଛନ୍ତି। ପ୍ରମିଳା ମଲ୍ଲିକ କହିଛନ୍ତି, ସୁଭଦ୍ରା ଯୋଜନା କିଛି ସ୍କିମ ହୋଇନି । ବିଜେପି ଭୋଟ ନେବା ପାଇଁ ମିଛ ପ୍ରଚାର କରି ମହିଳାଙ୍କୁ ଶୋଷଣ କରିଛନ୍ତି। ଏମାନଙ୍କୁ ମହିଳା କ୍ଷମା ଦେବେନି। ଏ ବିଜେପି ସରକାର କେବଳ ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି। ଲକ୍ଷପତି ଦିଦି କିଛି ସୃଷ୍ଟି କରିନାହାନ୍ତି ବୋଲି ପ୍ରମିଳା କହିଛନ୍ତି।
ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଥିଲେ, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଓ ବିଧାୟକମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଏପରି କି ସେ ଆହୁରି କହିଥିଲେ, ବିଜେଡି ଛିଡୁଛି ଓ ବିଜେପି ବଢୁଛି । ରାଜ୍ୟର ବହୁତ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି ।
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ