ପାର୍ବଣର ଆଗମନରେ ମହକି ଉଠେ କାଶତଣ୍ଡିର ସମ୍ଭାର । ରାସ୍ତାକଡ ନଈପଠା ଜୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳେ କାଶତଣ୍ଡିଫୁଲ । ସତେ ଯେମିତି ଲାଗେ କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା ଦୁର୍ଗା ।ମା’ଙ୍କ ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲ ଶୋଭାମଣ୍ଡନ କରେ ଧରାପୃଷ୍ଠକୁ । ‘କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’ । ମା’ଙ୍କ ଆଗମନରେ ଧବଳବର୍ଣ୍ଣା ଧରିତ୍ରୀ ।

ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ସତେ ଯେମିତି ହସୁଛି କାଶତଣ୍ଡୀ ଫୁଲ । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଫୁଆର ଶରତ ଆଗମନରେ ଜଗତ ଜନନୀ ମା’ ଦୂର୍ଗାକୁ ଆବାହନ କରି କାଶତଣ୍ଡୀ ଧରାପୃଷ୍ଠକୁ ଶୋଭାମଣ୍ଡନ କରୁଛି । । ମା’ ଙ୍କର ଆଗମନ ପାଇଁ ସଜେଇ ହେଉଛି ପ୍ରକୃତିରାଣୀ ।

ଆସନ୍ତା ୧ ତାରିଖରେ ପୂଜା ପାଇବେ ମା ଦଶଭୁଜା। ସେଥିପାଇଁ ତ’ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି କାର୍ଯ୍ୟ । । ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି ବାଟରେ ଯାଉଥିବା ବାଟୋଇବି ଘଡିଏ ଅଟକି ଯାଉଛି କ୍ୟାମେରାରେ ଏହାର ସୌନ୍ଦର୍ଯ୍ୟ କଏଦ କରିବା ପାଇଁ । କେବଳ ସେତିକି ନୁହେଁ, ଏହି କାଶତଣ୍ଡି ଫୁଲରେ ଜଗତଜନନୀ ମାଆ ଦୁର୍ଗା ମଧ୍ୟ ସଜେଇ ହୋଇଥାନ୍ତି ।
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ