ଆସିଲାଣି ପାର୍ବଣ ଋତୁ । ତେବେ ଏହାରିଭିତରେ ପାଖେଇ ଆସୁଛି ଦୁର୍ଗାପୂଜା ବା ଦଶହରା । ନବରାତ୍ର ଆରମ୍ଭ ହେବାକୁ ଯାଉଛି । ସମଗ୍ର ଭାରତରେ ଦଶହରାରେ ଏହି 10 ଦିନିଆ ପର୍ବ ଆରମ୍ଭ ହୋଇଥାଏ । ଭାରତର ପୂର୍ବ ରାଜ୍ୟଗୁଡ଼ିକରେ ଦୁର୍ଗା ପୂଜା ଅଧିକ ଲୋକପ୍ରିୟ ହୋଇଥାଏ । ପଶ୍ଚିମବଙ୍ଗ ଏବଂ ବିଶେଷକରି ଏହାର ରାଜଧାନୀ କୋଲକାତା ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରୁଥିବା ବୃହତ, ପୂଜାପାଠ ପାଇଁ ପ୍ରସିଦ୍ଧ । କେବଳ ଦେଶରେ ନୁହେଁ, ସର୍ବଭାରତୀୟ ସ୍ତରରେ ମଧ୍ୟ କୋଲକାତାର ଦୁର୍ଗା ପୂଜା ପାଣ୍ଡାଲ ଏବଂ ଉତ୍ସବ ପ୍ରସିଦ୍ଧ ଅଟେ।

ଏହାକୁ ସ୍ୱୀକୃତି ଦେଇ 2021 ମସିହାରେ ୟୁନେସ୍କୋ ‘କୋଲକାତାର ଦୁର୍ଗା ପୂଜା’କୁ ସ୍ୱୀକୃତି ଦେଇଥିଲା ଏବଂ ଏହା ମାନବିକତାର ଅଜ୍ଞାତ ସାଂସ୍କୃତିକ ଏୈତିହ୍ୟର ପ୍ରତିନିଧୀ ତାଲିକାରେ ଲେଖା ଯାଇଥିଲା । ଏଠାରେ ଦଶହରା ସମୟରେ ପୂଜା ପଣ୍ଡାଲ୍ ଗୁଡିକ ମୁଖ୍ୟତଃ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏଠାକାର ପୂଜା ଅନୁଭୂତି ସବୁଠାରୁ ଗୁରୁତ୍ବ ବହନ କରେ । କାରଣ ଏଠାରେ ଅନେକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଏହାସହ ପ୍ରବଳ ଜନସମାଗମ ମଧ୍ୟ ଦେଖିବାକୁ ମିଳିଥାଏ । ଦୁର୍ଗା ପୂଜା କେବଳ ଏକ ପୂଜା ନୁହେଁ ଆହାଠାରୁ ଅନେକ ଅଧିକ । ଏହା ଏକ ଜୀବନ ଧାରାର ଉତ୍ସବ, ଶ୍ରେଣୀ, ଜାତି ଏବଂ ଧର୍ମର ସମସ୍ତ ପ୍ରତିବନ୍ଧକକୁ କାଟିବା ପାଇଁ ଏକତ୍ରିତ ହେବା ଏହାର ମୂଳଲକ୍ଷ ଅଟେ ।

ଶେଷରେ ବାକି ରହିଗଲା ଖାଇବା କଥା । ଯେହେତୁ ବଙ୍ଗୀୟମାନେ ଖାଦ୍ୟପ୍ରିୟ, ତେଣୁ ତାଙ୍କର କୌଣସି ଉତ୍ସବ ବା ପର୍ବ ଉତ୍ତମ ଖାଦ୍ୟ ବିନା ସଂପୂର୍ଣ୍ଣ ନୁହେଁ । ଏହିଭଳି ଭାବେ ବଙ୍ଗୀୟ ମାନେ ଧୁମଧାମରେ ଦୁର୍ଗାପୂଜା ପାଳନ କରିଥାନ୍ତି ।
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..