The Topmost

“The eyes believe themselves, the ears believe other people.”

The International Cricket Council (ICC) Men's Cricket World Cup Trophy on display during the 2nd ODI cricket match between West Indies and India, at Kensington Oval in Bridgetown, Barbados, on July 29, 2023. India will host the 13th edition of the ICC World Cup from 5 October to 19 November 2023. (Photo by Randy Brooks / AFP) (Photo by RANDY BROOKS/AFP via Getty Images)

ବିଶ୍ବକପ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍

ଦିନିକିଆ କ୍ରିକେଟ ବିଶ୍ବକପକୁ ମଝିରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଜାରି ରହିଛି ଓ୍ବାର୍ମଅପ୍ ମ୍ୟାଚ । ଆଜି ୩ଟି ମ୍ୟାଚ୍ ଖେଳାଯିବ । ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ-ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ ।  ଆସନ୍ତା ୫ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୧ ଅକ୍ଟୋବରରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଥିବା ବେଳେ ୧୪ ଅକ୍ଟୋବରରେ ପାକିସ୍ତାନ ସହ ଟକ୍କର ହେବ । ନଭେମ୍ବର ୧୯ ତାରିଖରେ ବିଶ୍ବକପ ଫାଇନାଲ ଖେଳାଯିବ ।