ଦିନସାରା ଶକ୍ତି ସହିତ କାମ କରିବା ଏବଂ ଭଲ ମନୋଭାବରେ ରହିବା ପାଇଁ ସକାଳ ଜଳଖିଆ ଖାଇବା ଅତ୍ୟନ୍ତ ଜରୁରୀ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ମଧ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ ସକାଳେ କିଛି ହାଲୁକା ଖାଇବାକୁ ଚାହାଁନ୍ତି, ତେଣୁ ଆମେ ଆପଣଙ୍କୁ କିଛି ତେଲମୁକ୍ତ ଜଳଖିଆ ବିକଳ୍ପ କହିବାକୁ ଯାଉଛୁ ଯାହା ସ୍ୱାଦିଷ୍ଟ ଏବଂ ସୁସ୍ଥ ଅଟେ ।
ଫଳ ସାଲାଡ଼
ଆପଣଙ୍କ ଖାଦ୍ୟରେ ଋତୁକାଳୀନ ଫଳ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଏଗୁଡ଼ିକ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଯୋଗାଏ । ଆହୁରି ମଧ୍ୟ, ଫଳ ଖାଇବା ଫାଇବର ଯୋଗାଏ, ଯାହା ଫଳ ରସରୁ ଉପଲବ୍ଧ ନୁହେଁ । ତେଣୁ, ଆପଣ ସକାଳ ଜଳଖିଆରେ ଦୁଇ କିମ୍ବା ତିନି ପ୍ରକାରର ଫଳ ଅନ୍ତର୍ଭୁକ୍ତ କରି ସାଲାଡ୍ ତିଆରି କରିପାରିବେ ।
ପୋହା
ପୋହା ଏକ ଅତି ପ୍ରସିଦ୍ଧ ଭାରତୀୟ ଖାଦ୍ୟ, ଯାହା ଚିଭଡା ବ୍ୟବହାର କରି ତିଆରି ହୋଇଥାଏ । ଏଥିରେ ବାଦାମ, ପିଆଜ, ଭୃସୁଙ୍ଗା ପତ୍ର ଭଳି ଜିନିଷ ମିଶାଯାଏ, ଯାହାକି ପୁଷ୍ଟିକର ଅଟେ । ଆପଣ ଏହାକୁ ସହଜରେ ସକାଳେ ପ୍ରସ୍ତୁତ କରିପାରିବେ ଏବଂ ଏହା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ।
ସ୍ପ୍ରାଉଟ୍ସ ଚାଟ୍
ଏହା ଅତ୍ୟନ୍ତ ପୁଷ୍ଟିକର ଅଟେ । ଏଥିପାଇଁ ଚଣା କିମ୍ବା ମୁଗକୁ ପାଣିରେ ଦିନେ କି ଦୁଇଦିନ ପୂର୍ବରୁ ଭିଜାନ୍ତୁ ଏବଂ ତା’ପରେ ଏହାକୁ ଏକ ଓଦା ସୂତା କପଡ଼ାରେ ବାନ୍ଧନ୍ତୁ । ଏହାଦ୍ବାରା ମଞ୍ଜିଗୁଡିକ ଅଙ୍କୁରିତ ଓ ନରମ ହୋଇଯିବ । ଜଳଖିଆ ପାଇଁ ଆପଣ ଏହି ସ୍ପ୍ରାଉଟଗୁଡିକର ଚାଟ୍ କରିପାରିବେ । ପିଆଜ, ଚାଟ୍ ମସାଲା ଏବଂ ଲେମ୍ବୁ ରସ ମିଶାନ୍ତୁ ଏବଂ ଆପଣଙ୍କ ଚାଟ୍ ପ୍ରସ୍ତୁତ ।
ଇଡଲି
ଇଡଲି ଚାଉଳ ଏବଂ ବିରି ଡାଲିକୁ ଫେଣ୍ଟି କରି ତିଆରି ହୋଇଥାଏ, ଯେଉଁ କାରଣରୁ ଏହା ହଜମ ପାଇଁ ବହୁତ ଲାଭଦାୟକ । ଜଳଖିଆ ପାଇଁ ଆପଣ ଏହାକୁ ନଡିଆ କିମ୍ବା ବାଦାମ ଚଟନୀ ସହିତ ଖାଇପାରିବେ । ଏହା ଖାଇବା ସ୍ୱାଦିଷ୍ଟ ଏବଂ ଆପଣଙ୍କ ପେଟ ଭରିବ ।
ଟୋଷ୍ଟ
ଜଳଖିଆ ପାଇଁ ସବୁଠାରୁ ସହଜ ବିକଳ୍ପ ହେଉଛି ଟୋଷ୍ଟ । ତିଆରି କରିବାକୁ ଅଧିକ ସମୟ ଲାଗେ ନାହିଁ ଏବଂ ଖାଇବା ମଧ୍ୟ ସ୍ୱାଦିଷ୍ଟ । ଏହା ସହିତ ଆପଣ ପିନଟ୍ ବଟର, କଦଳୀ କଟା ଏବଂ ମ୍ୟାପଲ୍ ସିରପ୍ କିମ୍ବା ମଶେଡ୍ ଆଭୋକାଡୋ ଖାଇପାରିବେ । ଏହାଦ୍ବାରା ଏହାହେଲଦି ମଧ୍ୟ ବନିଯିବ ।
More Stories
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ
ଓଜନ ହ୍ରାସରେ ରାମବାଣ ଲାଉ ଜୁସ୍
ବଟର ବନାମ ଘିଅ: କାହାକୁ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ