ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ । ନିଦରୁ ଉଠିବ ବିକ୍ରମ ଲ୍ୟାଣ୍ଡର । ଶୁକ୍ରବାର ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆଜି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତୀୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ । ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ ।
“The eyes believe themselves, the ears believe other people.”
More Stories
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର