ସୁଭାଷ ଚନ୍ଦ୍ର ବୋଷଙ୍କ ବାଣୀ

ଜାତିର ପିତା ମହାତ୍ମା ଗାନ୍ଧୀ ଓ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ପରସ୍ପରର ପରିପନ୍ଥୀ କେବେ ବି ନଥିଲେ । କେବଳ ଦୁହିଁଙ୍କର ଚିନ୍ତାଧାରାରେ ଭିନ୍ନତା ଥିଲା । ଦୁହେଁ ଦୁହଁଙ୍କୁ ଯଥେଷ୍ଟ ପରିମାଣରେ ସମ୍ମାନ ଦେଉଥିଲେ ବି ସେମାନଙ୍କ ନୀତି ଥିଲା ଭିନ୍ନ । ଗାନ୍ଧୀଙ୍କର ଏକ ପ୍ରସିଦ୍ଧ ବାଣୀ ତ ଆପଣ ଜାଣିଥିବେ ନିଶ୍ଚୟ ‘ଅହିଂସା ପରମ ଧର୍ମ’। ସେହିପରି ସୁଭାଷଙ୍କର ଏକ ପ୍ରସିଦ୍ଧ ସ୍ଲୋଗାନ୍‌ ଥିଲା ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’। ଏହି ଦୁଇଟି କଥାରୁ ଆପଣ ଦୁହିଁଙ୍କର ପ୍ରକୃତି ବିଷୟରେ ଅଳ୍ପ ବହୁତ ସୂଚନା ପାଇ ସାରିବେଣି। ଯଦି ଆପଣ ଗାନ୍ଧିବାଦୀରେ ବିଶ୍ୱାସ କରନ୍ତି ତେବେ ଖୁବ୍‌ ଭଲ କଥା । ମାତ୍ର ଯଦି ଆପଣ ବୋଷଙ୍କୁ ନିଜର ଆଦର୍ଶ ଭାବନ୍ତି ତେବେ ନିମ୍ନରେ ତାଙ୍କର କିଛି ବାଣୀ ଉଲ୍ଲେଖ କରାଯାଇଛି । ନିଶ୍ଚୟ ନଜର ପକାନ୍ତୁ–

: ଜଣେ ହୁଏତ ନିଜର ନୂଆ ଏକ ଚିନ୍ତାଧାରା ପାଇଁ ମରିପାରେ; ମାତ୍ର ସେହି ଚିନ୍ତାଧାରା ଉକ୍ତ ବ୍ୟକ୍ତି ମରିବା ପରେ ବି ହଜାର ଲୋକଙ୍କୁ ବଞ୍ଚାଇ ରଖେ ।

: ସ୍ୱାଧୀନତା କେହି କାହାକୁ ଦିଏ ନାହିଁ; ସ୍ୱାଧୀନତାକୁ ଛଡ଼ାଇ କରି ଆଣିବାକୁ ହୁଏ ।

: ଭାରତର ଭାଗ୍ୟକୁ ନେଇ ବିଶ୍ୱାସ କେବେ ହାର ନାହିଁ; ଏକତାବାଦରେ ଭାରତ ଯେଉଁଭଳି ରୂପ ନେଇପାରେ   ତାହା ପୃଥିବୀରେ ଯେକୌଣସି ଶକ୍ତିଠାରୁ ବି ଶକ୍ତିଶାଳୀ ।

: କେବଳ ଆଲୋଚନା ଦ୍ୱାରା ଇତିହାସରେ ବାସ୍ତବରେ କୌଣସି ପରିବର୍ତ୍ତନ ଅଣାଯାଇ ପାରେନାହିଁ ।

: ମଣିଷ, ଟଙ୍କା କିମ୍ବା ଜିନିଷ କେବେ ବି ବିଜୟର ଆଧାର ନୁହେଁ; ବିଜୟର ଆଧାର ଲକ୍ଷ୍ୟ ଓ ଶକ୍ତି ହୋଇଥାଏ ।

: ଅନ୍ୟାୟ କରିବା ଓ ଅନ୍ୟାୟ ଦେଖି ଚୁପ୍‌ ରହିବା ସମାନ ଅପରାଧ ହୋଇଥାଏ ।

SHARE BY