The Topmost

“The eyes believe themselves, the ears believe other people.”

ପାଶ୍ଚାତ୍ୟ ଦେଶକୁ ଧମକ ଦେଇଛନ୍ତି ପୁଟିନ୍

ୟୁକ୍ରେନର ୪ଟି ପ୍ରଦେଶକୁ ନିଜ ଦେଶ ସହ ମିଶାଇଛନ୍ତି ପୁଟିନ । ୟୁକ୍ରେନ ସେନାର ପ୍ରବଳ ବିରୋଧ, ଆମେରିକା, ୟୁରୋପୀୟ ଦେଶମାନଙ୍କର କଟକଣା ଧମକ ସତ୍ତ୍ବେ ଡୋନେସ୍କ, ଲୋହାନ୍ସ, ଖେରସନ ଓ ଜାପୋରଜିଆକୁ ରୁଷର ଅଂଶ ଭାବେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାସହ ପାଶ୍ଚାତ୍ୟ ଦେଶକୁ ଧମକ ଦେଇଛନ୍ତି ପୁଟିନ୍ । ଦଖଲ କରିଥିବା ୪ଟି ପ୍ରଦେଶରେ ପ୍ରାୟ ୮୮ଲକ୍ଷ ଲୋକ ଅଛନ୍ତି । ଯେଉଁମାନଙ୍କୁ ଏବେ ରୁଷର ନାଗରିକ ବୋଲି ଦାବି କରିଛନ୍ତି ପୁଟିନ୍ । ଆଉ କହିଛନ୍ତି, ଯେ କୌଣସି ମତେ ରୁଷ ତାର ସାର୍ବଭୌମତ୍ୱ ରକ୍ଷା କରିବା ପ୍ରତିଶ୍ରୁତି ବଦ୍ଧ । ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ । ଯଦି ୪ଟି ପ୍ରଦେଶର ନାଗରୀକଙ୍କ ଉପରେ ଆକ୍ରମଣ ହୁଏ ତେବେ ଏହାକୁ ରୁଷ ଉପରେ ଆକ୍ରମଣ ବୋଲି ଧରାଯିବ । ଗତ ସପ୍ତାହରେ ଏହି ୪ଟି ଅଂଚଳକୁ ରୁଷରେ ମିଶାଇବା ପାଇଁ ଗଣଭୋଟ କରିଥିଲା ରୁଷ୍ । ଆଉ ୪ଟି ଯାକ ପ୍ରଦେଶରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ମିଶିବା ସପକ୍ଷରେ ଭୋଟ ଦେଇଥିଲେ । ଏହାରି ଭିତରେ ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ବର୍ଷିଛନ୍ତି । ଭାରତର ଉଦାହରଣ ଦେଇ ସେ କହିଛନ୍ତି, ଯେପରି ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଲୁଟିଛନ୍ତି, ଠିକ୍ ସେହିପରି ରୁଷକୁ ଲୁଟିବା ପାଇଁ ଏକ ଉପନିବେଶ ନିର୍ମାଣ କରିବାକୁ ଚାହୁଁଛନ୍ତି ।