ନିର୍ବାଚନ ପରେ ଦେଖାମିଳୁନଥିବା ଭି.କେ ପାଣ୍ଡିଆନଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ରାଜ୍ୟର ବିଜେପି ସରକାର ଏବେ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି । ହେଲିକପ୍ଟରରେ ସାରା ରାଜ୍ୟ ବୁଲିବା ତାଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି । ତାଙ୍କ ବିରୋଧରେ ତଦନ୍ତ ନେଇ ଖୋଦ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତର ଖର୍ଚ୍ଚ ତଦନ୍ତ ଚାଲିଛି । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଏନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର କାର୍ୟ୍ୟାନୁଷ୍ଠାନ ହେବ।
ଏହା ଏକ ପ୍ରକ୍ରିୟା, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ବିଧି ଅଛି । ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ । ଏ ଘଟଣାର ଆଉ ପୁନରାବୃତ୍ତି ନହେଉ । ଆମ ସରକାର ଏନେଇ ପ୍ରତିଶ୍ରୁତି ବଦ୍ଧ । ଯିଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନ ହେବ । ଲୋକ ମଧ୍ୟ ଏହାକୁ ମଧ୍ୟ ଚାହିଁ ରହିଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।
ପ୍ରକାଶ ଯେ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିସାରିଛନ୍ତି ପାଣ୍ଡିଆନ୍।ସୋଶାଲ୍ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେବା ଅବସରରେ ପାଣ୍ଡିଆନ କହିଥିଲେ ଯେ “ରାଜନୀତି ଯାତ୍ରାରେ ଯଦି ମୁଁ କାହାକୁ କଷ୍ଟ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ବିରୋଧରେ ହେଉଥିବା ପ୍ରଚାର ଯୋଗୁ ଯଦି ବିଜୁ ଜନତା ଦଳ କ୍ଷତି ସହିଛି, ସେଥିପାଇଁ ମଧ୍ୟ ଆଇ ଆମ ସରି। ମୁଁ ହାତ ଯୋଡ଼ି ପୂରା ବିଜୁ ପରିବାରକୁ କ୍ଷମା ମାଗୁଛି। ମୋ ସହ ଜଡ଼ିତ ହୋଇ କାମ କରିଥିବା ଲକ୍ଷାଧିକ ବିଜୁ ପରିବାର କର୍ମୀମାନଙ୍କୁ କୃତଜ୍ଞତା ଜଣାଉଛି। ସବୁବେଳେ ଓଡ଼ିଶା ମୋ ହୃଦୟରେ ରହିବ। ଜୟ ଜଗନ୍ନାଥ।”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା