କଥାରେ ଅଛି ଆଖି ହେଉଛି ଆତ୍ମାର ଝରକା। ମାତ୍ର ଆପଣ ଜାଣିରଖନ୍ତୁ ଯେ ଆଖି ସ୍ବାସ୍ଥ୍ୟର ବି ଝରକା ହୋଇଥାଏ। ଜଣେ ବ୍ୟକ୍ତି କେତେ ସୁସ୍ଥ ତାହା ସେମାନଙ୍କ ଆଖିରୁ ଜଣାପଡ଼ିଯାଏ।
ଦୃଷ୍ଟି ଶକ୍ତି କମିବା ଆଜିକାଲିକା ସମାଜ ପାଇଁ ଏକ ଅତି ସାଧାରଣ କଥା। ଅତ୍ୟଧିକ ଫୋନ୍, କମ୍ପ୍ୟୁଟର୍ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଅତି ପାଖରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ଦେଖିବାର ଅଭ୍ୟାସ ଅଧିକାଂଶ ଲୋକଙ୍କ ଭିତରେ ରହିଛି। ଯାହାଫଳରେ ଆଖି ସମସ୍ୟା ବାହାରିବା ବି ଏକ ସାଧାରଣ କଥା ପାଲଟି ଗଲାଣି। ତେବେ ଏହି ସମସ୍ୟାକୁ ଦୂରେଇ ଦିଆଯାଇ ବି ପାରିବ। ଯଦି ଆପଣଙ୍କ ଆଖି ପ୍ରତି ଆପଣ ସାମାନ୍ୟ ସଚେତନ ନ ହେବେ ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ପ୍ରଥମ କଥା ହେଉଛି ଖାଦ୍ୟ ଉତ୍ତମ ଦୃଷ୍ଟିଶକ୍ତି ପାଇଁ ଜରୁରୀ ହୋଇଥାଏ। ଆଖି ପାଇଁ ହିତକର ଖାଦ୍ୟଗୁଡ଼ିକ ପ୍ରଚୁର ପରିମାଣରେ ଖାଆନ୍ତୁ। ଗାଜର, ବିଟ୍, ଚୁନା ମାଛ, ଶାଗ, କନ୍ଦମୂଳ, ଆଦି ଯେତେ ପରିମାଣରେ ଖାଇବେ ଆଖି ସେତେ ସୁସ୍ଥ ରହିବ। ଖାଲି ସେତିକି ନୁହେଁ, ଆଖିକୁ ମଝିରେ ମଝିରେ ଥଣ୍ଡା ପାଣିରେ ଧୋଇବା ଉଚିତ। କିଛି ଘଣ୍ଟା ଦୂରତ୍ବରେ ଆଖିକୁ ପାଣି ପକାଇ ଧୋଇବା ଦ୍ବାରା ଆଖି ଅପେକ୍ଷାକୃତ ସୁସ୍ଥ ରହିଥାଏ।
ଆଖି ପାଇଁ ଏକ ବ୍ୟାୟାମ ବି ରହିଛି। ଆଖିକୁ କିଛି ସମୟ ବନ୍ଦ କରି ନିଜ ଆଙ୍ଗୁଠି ସାହାଯ୍ୟରେ ଧୀରେ ଧୀରେ କରି ମାଲସ କରନ୍ତୁ। ତାହା ଆଖି ପାଇଁ ଖୁବ୍ ଭଲ ହୋଇଥାଏ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି