The Topmost

“The eyes believe themselves, the ears believe other people.”

ପୁଟିନଙ୍କ ନିଷ୍ପତିକୁ କଡା ବିରୋଧ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ

ପୁଟିନଙ୍କ ନିଷ୍ପତିକୁ କଡା ବିରୋଧ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରେ ପୁରୁଷଙ୍କୁ ଦେଶ ନଛାଡିବାକୁ କହିଥିଲେ ୟୁକ୍ରେନ ରାଷ୍ଟ୍ରପତି । ଏବେ ଠିକ୍ ସେହିପରି ଯୁଦ୍ଧରେ ସାମିଲ ହେବା ପାଇଁ ପୁରୁଷଙ୍କୁ ଦେଶ ନଛାଡିବାକୁ କହିଛି ପୁଟିନ ସରକାର । ରୁଷିଆରେ ୧୮ରୁ ୬୫ବର୍ଷୀୟ ପୁରୁଷଙ୍କୁ ଦେଶ ଛାଡି ଯିବାକୁ ଅନୁମତି ନାହିଁ । ଏପରିକି ସେମାନଙ୍କୁ ବିମାନ ଟିକଟ ବିକ୍ରି ନକରିବାକୁ ଏୟାରଲାଇନ୍ସ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ୟୁକ୍ରେନର ୪ଟି ଅଞ୍ଚଳରେ ୩ଲକ୍ଷ ରିଜର୍ଭ ସୈନ୍ୟ ମୁତୟନ ପାଇଁ ରାଷ୍ଟ୍ରପତି ପୁଟିନ ବୁଧବାର ଦିନ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀ ମସ୍କୋ ଓ ସେଣ୍ଟ ପିଟସବର୍ଗ ସମେତ ୩୮ଟି ସହରରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଳାଇ ପୁଟିନ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ୧୩ଶହରୁ ଅଧିକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି ପୁଲିସ ।

SHARE BY