ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । କଟକ ସିଡିଏ ସେକ୍ଟର-୭ରେ ଥିବା ୩ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ କରାଯାଇଛି । ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି । ଏଥିରେ ୧୧ ଜଣ ଇନ୍ସପେକ୍ଟର, ୨ ଜଣ ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା