ବିସ୍ଫୋରଣରେ ଆଂଶିକ ନଷ୍ଟ ହୋଇଯାଇଥିବା କ୍ରାଇମିଆ ସେତୁରେ ଆଜି ପୁଣି ଯାନବାହନ ଚଳାଚଳ ଆରମ୍ଭ ହୋଇଛି । ରୁଷ୍କୁ ସଂଯୋଗ କରୁଥିବା ଉକ୍ତ ସେତୁରେ ଟ୍ରକ୍ ବୋମା ବିସ୍ଫୋରଣ କରାଯାଇଥିବା କଥା ମସ୍କୋ କହିଥିଲା । ବିସ୍ଫୋରଣ ପରେ ସେତୁରେ ନିରାପତ୍ତା ବ୍ୟବସ୍ଥା କଠୋର କରିବା ନିମନ୍ତେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି । ରାଷ୍ଟ୍ରାୟତ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ସାମ୍ବାଦିକମାନଙ୍କୁ ରୁଷ୍ର ଉପ-ପ୍ରଧାନମନ୍ତ୍ରୀ ମାରାତ୍ ଖୁସନୁଲିନ୍ କହିଛନ୍ତି, ସେତୁର ରେଳପଥରେ ଯାନବାହାନ ପୂର୍ଣ୍ଣରୂପେ ଚଳାଚଳ ଆରମ୍ଭ କରି ଛି। ନଷ୍ଟ ହୋଇଯାଇଥିବା ଲେନ୍ଗୁଡ଼ିକୁ ଅଳ୍ପ ଦିନ ଭିତରେ ମରାମତି କରାଯିବ ।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା