ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ । ବିନା ମେକାନିକରେ ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ । ସ୍ବୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା । ସ୍ବତନ୍ତ୍ର ଡିଭାଇସ୍ ଜରିଆରେ କରାଯିବ ଯାନବାହନର ଫିଟନେସ ଟେଷ୍ଟିଂ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ବତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ବା ଏଟିଏସ ଆପଣାଇବେ ରାଜ୍ୟ ସରକାର । ଏଥିପାଇଁ ଚିଠାନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଚିଠା ନୀତି ପ୍ରସ୍ତୁତ ହେବ । ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏଟିଏସ ସେଣ୍ଟର । ଏଥିପାଇଁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । କଟକର ଅରିଲୋଠାରେ ଥିବା ଇନ୍ସପେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ଏଟିଏସରେ ପରିଣତ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା