ବିଭିନ୍ନ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଜୁଆଣି ବ୍ୟବହୃତ ହୁଏ । ତେବେ ଆପଣ ଜାଣନ୍ତି କି ଏହି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଫାଇବର, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ହଜମକୁ ସୁସ୍ଥ ରଖିବାରେ ଏବଂ ହାଡକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆଜିର ଆର୍ଟିକିଲରେ ଆସନ୍ତୁ ଜାଣିବା ଜୁଆଣି ବ୍ୟବହାର କରି ବଢୁଥିବା ଓଜନକୁ କେଉଁ ଉପାୟରେ ନିୟନ୍ତ୍ରଣ କରାଯାଇପାରିବ ।
ଜୁଆଣି ପାଣି–
ଗରମ ପାଣିରେ ପ୍ରାୟ ଏକ ଚାମଚ ଜୁଆଣି ମିଶାନ୍ତୁ ଏବଂ ଏହାକୁ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ତା’ପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପରେ ଏହାକୁ ଏକ ବୋତଲରେ ଭରନ୍ତୁ । ସାଧାରଣ ପାଣି ବଦଳରେ ଏହାକୁ ପିଇବା ଜାରି ରଖନ୍ତୁ । ଏହି ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ, ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ, ଯାହା ଓଜନ ହ୍ରାସକୁ ସହଜ କରିଥାଏ ।
ଜୁଆଣି ଚା–
ଦିନକୁ ଏକ କପ୍ ଜୁଆଣି ଚା ପିଇବା ମଧ୍ୟ ଓଜନ ହ୍ରାସ ପାଇଁ ବହୁତ ସହାୟକ ହୋଇପାରେ । ଚା ତିଆରି କରିବା ପାଇଁ ଗୋଟିଏ ଚାମଚ ଜୁଆଣି ପାଣିରେ ଭିଜାନ୍ତୁ । ଏହା ପରେ ସକାଳେ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଏହି ପାଣି ଫୁଟାନ୍ତୁ । ଏହା ସହିତ, ଆପଣ ଏଥିରେ ହାଲୁକା ଲୁଣ, ଅଦା ଏବଂ ଗୋଲମରିଚ ମଧ୍ୟ ମିଶାଇ ପାରିବେ । ଏହା ଏହାର ଲାଭକୁ ଆହୁରି ବଢାାଇଥାଏ । ଏହାକୁ ଏକ କପରେ ଛାଣି, ଲେମ୍ବୁ ରସ ସହ ମିଶାଇ ପିଅନ୍ତୁ ।
କଞ୍ଚା ଜୁଆଣି–
ଯଦି ଆପଣ ଚା କିମ୍ବା ଏହି ପାନୀୟ ତିଆରି କରିବାରେ ଅସମର୍ଥ ହେଉଛନ୍ତି, ତେବେ କେବଳ କଞ୍ଚା ଜୁଆଣି ଚୋବାନ୍ତୁ । ଯଦିଓ ଏହାର ତିକ୍ତ ସ୍ୱାଦ ହେତୁ କଞ୍ଚା ଚୋବାଇବା ସହଜ ନୁହେଁ, କିନ୍ତୁ ଏହାର ଲାଭ ବହୁତ ଅଧିକ । ତେବେ ଧ୍ୟାନ ରଖନ୍ତି, ଜୁଆଣି ଖାଇବା ଏବଂ ଖାଦ୍ୟ ଖାଇବା ମଧ୍ୟରେ ଅତିକମରେ ଅଧରୁ ଏକ ଘଣ୍ଟା ବ୍ୟବଧାନ ରଖନ୍ତୁ । ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ ।
ଜୁଆଣି ମସାଲା–
ହଜମକୁ ତ୍ୱରାନ୍ୱିତ କରିବା ଏବଂ ଓଜନ ହ୍ରାସ କରିବା ପାଇଁ ଆପଣ ଏହାକୁ ମସଲା ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ ସମାନ ପରିମାଣର ଜୁଆଣି, ପାନମହୁରୀ, କଳାଜିରା ଏବଂ ଡାଳଚିନି ନିଅନ୍ତୁ । ସମସ୍ତ ଜିନିଷକୁ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ ଏବଂ ଏହାକୁ ଏକ ବାକ୍ସରେ ରଖନ୍ତୁ । ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଏହି ପାଉଡରକୁ ଗରମ ପାଣିରେ ମିଶାଇ ପିଅନ୍ତୁ ।
More Stories
ପତଳା ଶରୀର ପାଇଁ ଚିନ୍ତିତ କି, କରନ୍ତୁ ଏହି ଉପାୟ
ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି କେତେ ଭୟଙ୍କର ଚା
ଉଚ୍ଚ ବିପି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଏହି ସୁସ୍ଥ ପାନୀୟ