ଶିଶୁମାନେ ଗୋଟିଏ ଜାତିର ହୃତପିଣ୍ଡ । ଶିଶୁ ମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭାର ବିକାଶ ହିଁ ଗୋଟିଏ ଦେଶ ବା ଜାତିକୁ ଅଗ୍ରଗାମୀ କରିପାରିବ । ଆମେ ସମସ୍ତେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟକରିବା ଉଚିତ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଉର୍ଜା ୨୦୨୩’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ‘ଉର୍ଜା ୨୦୨୩’ର ପରିକଳ୍ପନା ଏକ ଅନନ୍ୟ ପଦକ୍ଷେପ ଓ କ୍ରିଏଟିଭୋ ଶାଖା ନି୧⁄୨ୟ ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ସେତୁବନ୍ଧ ବୋଲି ମଧ୍ୟ ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ପ୍ରତିଭାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀମତି ଦାସ ଆଶା ପ୍ରକାଶ କରିଥିଲେ । ପୂର୍ବରୁ ଏହି କ୍ଳବ ଅଧୀନରେ ଚାଷୀମାନଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ‘ଆଶା’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଂଚଳ ନିକଟବର୍ତୀ ଗାଁ ଗୁଡିକର କୃଷକମାନେ ବେଶ ଉପକୃତ ହେଉଛନ୍ତି ବୋଲି ଓ ଏ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ପ୍ରତି ସୋଆ କୃଷିବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଗୁରୁତ୍ୱର ସହ ନେଉଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ । ଏହି ଉତ୍ସବରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ ଶିଶୁମାନଙ୍କ ବିକାଶ ଦିଗରେ ବିଦ୍ୟାଳୟର ଅବଦାନ ଉପରେ ବିଶେଷ ଆଲୋକପାତ କରିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ବିକାଶର ଆରମ୍ଭ ସେମାନଙ୍କ ପରିବାରରୁ ହୁଏ ଓ ଏଥିପାଇଁ ଦେଶର ପ୍ରତ୍ୟେକ ଅଭିଭାବକ ସଚେତନ ହେବା ଦରକାର ବୋଲି ସେ କହିଥିଲେ । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ସରଳ ଗପ, ଗୀତ, ନାଟକ ହିଁ ସଂସ୍କୃତି ପରମ୍ଫରା ଓ ଆମ ଐତିହ୍ୟ ଆଡକୁ ଶିଶୁ ମାନଙ୍କୁ ଆକର୍ଷିତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ । ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ଡକ୍ଟର ଦୀପାଲି ଦାଶ, ଶ୍ରୀ ମାନସ ଦାସ, ରାଜୀବ କୁମାର ବେହେରା, ଡକ୍ଟର ରାକେଶ ରୋଶନ୍ ଶତପଥୀ, ଶ୍ରୀ ବିଦ୍ୱାନ୍ ରଞ୍ଜନ ସାହୁ, ଡକ୍ଟର ଏସ୍.ପି. ମୋନାଲିସା, ସୁବ୍ରତ କୁମାର ସେନାପତି, ବିଶ୍ୱଜିତ୍ ମିଶ୍ର, ଅମରେନ୍ଦ୍ର ଆଚାର୍ଯ୍ୟ, ଶୁଭ୍ରା ମିଶ୍ର, ଆଦ୍ୟାଶକ୍ତି ଚାନ୍ଦ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଶିଶୁ ଦିବସର ଅବ୍ୟବହିତ ପୂର୍ବରୁ କ୍ରିଏଟିଭୋ ପକ୍ଷରୁ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ଗୀତ , ଛଦ୍ମବେଶ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଉର୍ଜା ୨୦୨୩’ ଉତ୍ସବରେ ଯୋଗଦେବାକୁ ଆସିଥିବା ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଫାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସ ପରିସରରେ ଏକ ସ୍ୱତନ୍ତ୍ର ବୈଷୟିକ ସଂଗ୍ରହାଳୟ ମଧ୍ୟ ଉଦ୍ଘାଟିତ ହୋଇଥିଲା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ