ଲଖିମପୁର ଖେରୀ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ଚାଷୀ । ଆଜି ୩୨ଟି ଚାଷୀ ସଂଗଠନ ପକ୍ଷରୁ ପାଳନ କରାଯିବ କଳାଦିବସ । ସଂଯୁକ୍ତ କିଷାନ ମୋର୍ଚ୍ଚାର ପଞ୍ଜାବ ଶାଖା ପକ୍ଷରୁ ଏହି କଳାଦିବସ ପାଳନ କରାଯିବ । ରଘବୀର ସିଂ ବେନିଓ୍ବାଲ, ନଚ୍ଚତର ସିଂ ଜାଇତୋ ଓ ବଲବିନ୍ଦର ସିଂଙ୍କ ନେତୃତ୍ବରେ ଏହା ପାଳନ ହେବ । ଗତ ୨୦୨୧ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁରୀ ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି ଧକ୍କାରେ ୮ଜଣ କୃଷକଙ୍କ ପ୍ରାଣହାନି ଘଟିଥିଲା । ବିବାଦୀୟ ଚାଷୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଏହି ଘଟଣା ଘଟିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭାବ, ଆନ୍ଦୋଳନରେ ସାମିଲ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା, ଚାଷୀଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ପ୍ରତିବାଦରେ ଏହି ଆନ୍ଦୋଳନ ଚାଲିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ