ଦୁଇ ଦିନିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଆସିଥିବା କେନ୍ଦ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ଆଜି ଚାଷୀଙ୍କ ସହ ଜମିରେ ଧାନ କାଟିଛନ୍ତି। କଳାହାଣ୍ଡିରୁ ନବରଙ୍ଗପୁର ଆସିବା ରାସ୍ତାରେ ପାପଡ଼ାହାଣ୍ଡି ବ୍ଲକ ଦୁଲପୁର ଗାଁ ରାସ୍ତା କଡ଼ରେ କିଛି ଶ୍ରମିକ ଧାନ କାଟୁଥିଲେ। ଏହା ଦେଖିବା ପରେ ନିଜକୁ ସମ୍ଭାଳି ନ ପାରି ଗାଡ଼ିକୁ ଅଟକାଇଥିଲେ କେନ୍ଦ୍ର ମନ୍ତ୍ରୀ।
ଶ୍ରମିକଙ୍କ ଠାରୁ ଦା’ ମାଗିବା ପରେ ନିଜେ ଚାଷ ଜମିରେ ପଶିଥିଲେ। ଧାନ କାଟିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଧାନ ଦର ଏବଂ ଅମଳ ସଂକ୍ରାନ୍ତରେ ପଚାରି ବୁଝିଥିଲେ।
କିଶାନ ନିଧି ଯୋଜନା ବିଷୟରେ ବି ପଚାରିଥିଲେ। କେନ୍ଦ୍ର ମନ୍ତ୍ରୀ ନିଜେ ଚାଷୀ ପରିବାରରୁ ଆସିଛନ୍ତି। ତେଣୁ ଚାଷ ବିଷୟରେ ସବୁ ଜାଣିଛନ୍ତି। ଚାଷୀଙ୍କ ସମସ୍ୟା ବିଷୟରେ ବି ଅବଗତ ବୋଲି କହିଥିଲେ। ଚଳିତବର୍ଷ ଭଲ ଉତ୍ପାଦନ ହୋଇଥିବା ଜାଣିବାକୁ ପାଇ ଖୁସିବ୍ୟକ୍ତ କରିଥିଲେ। ମନ୍ତ୍ରୀ ଧାନ କାଟିବା ସମୟରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?