ଏଥର ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ବିଜେପି ନେତା । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସାଂସଦ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ । ଶନିବାର ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଚାଲିଥିବା ୩୧ ତମ ଧନୁଯାତ୍ରାରେ ଉଦଯାପନୀ ମହୋତ୍ସବରେ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଞ୍ଚଳର ଲୋକକଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ଧନୁଯାତ୍ରା କମିଟିକୁ ଧନ୍ୟବାଦ ଜଣାଇଥଲେ କେନ୍ଦ୍ରମନ୍ତ୍ରୀ । ତେବେ ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସାଂସଦ ପ୍ରାର୍ଥୀ ହେବେ ବୋଲି ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା