September 4, 2025

ଜାଣନ୍ତୁ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋର ଭଡ଼ା କେତେ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି । ଯାହାଦ୍ବାରା ସହେ ବର୍ଷ ତଳର ସ୍ବପ୍ନ ପୂରଣ ହୋଇଛି । ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍‌ ସିଟିକୁ ସଂଯୋଗ କରିବ।ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ତେବେ ଭାରତରେ ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ ହେବାପରେ ଲୋକେ ଏହାର ଭଡ଼ା କେତେ ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରଥମ ଅଣ୍ଡର ୱାଟର ମେଟ୍ରୋରେ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଯାତ୍ରୀଙ୍କୁ ୫ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ପଡ଼ିବ। ଦୂରତା ଅନୁସାରେ ଭଡ଼ାର ମୂଲ୍ୟ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ସମୟରେ ଦୂର ଅଣ୍ଡର ୱାଟର ମେଟ୍ରୋର ଯାତ୍ରା କହିଲେ ୨୭ମିନିଟରେ ହୁଗୁଳି ନଦୀ ତଳେ ସେକ୍ଟର ଭିରୁ ହାୱଡା ପର୍ଯ୍ୟନ୍ତ ଯାତ୍ରା କରିବ। ଏହି ଟ୍ରେନ ଭିତରେ ଗ୍ରାହକମାନଙ୍କ ପାଇଁ ୫ଜି ନେଟୱାର୍କ ସେବାର ବି ଉପଲବ୍ଧ କରାଇ ଦିଆଯିବ।

SHARE BY